କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ପରକୀୟା ପ୍ରୀତି ହେଲା କାଳ। ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀର ପ୍ରେମିକକୁ ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡ଼ାରେ ଘଟିଛି ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ। ବଳିପଡ଼ିଗଲା ଆଇସକ୍ରିମ ବିକାଳି। ପର ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ନେଇ ଜଣେ ଆଇସକ୍ରିମ ବିକାଳି ଓ ସ୍ତ୍ରୀକୁ ପିଟିଥିଲେ ସ୍ୱାମୀ। ଘଟଣାସ୍ଥଳରେ ଆଇସକ୍ରିମ ବିକାଳୀ ଟଳିପଡ଼ିଥିବାବେଳେ ଗୁରୁତର ହୋଇଛନ୍ତି ସ୍ତ୍ରୀ। ତେବେ ମୃତ ଯୁବକ ଜଣକ ରାଜସ୍ଥାନର କୁର୍ବାନ ମନସୂରି ବୋଲି ଜଣାପଡ଼ିଛି। ରାଜସ୍ଥାନରୁ ଆସି କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଆସଇକ୍ରିମ ବିକ୍ରି କରୁଥିଲେ। ପ୍ରଦୀ ବୈଷ୍ଣବ ନାମକ ଜଣେ ଆଇସକ୍ରିମ ଫ୍ୟାକ୍ଟ୍ରି ମାଲିକ ଙ୍କ।ଖରେ କାମ କରୁଥିଲେ କୁର୍ବାନ। କେନ୍ଦ୍ରାପଡାର ଖଡ଼ିଆଙ୍ଗ ଗ୍ରାମ ରେ ସେ ଭଡ଼ା ଘରେ ରହୁଥିଲେ। ତେବେ ପ୍ରଦୀ ତାଙ୍କ ପତ୍ନୀଙ୍କ ସହ କୁର୍ବାନ ମନସୂରିର ଖରାପ୍ ସମ୍ପର୍କ ସଂଦେହ କରି ସ୍ତ୍ରୀ ଓ କୁର୍ବାନକୁ ଶନିବାର ପିଟି ଥିଲେ। ମାଡ ମାରିବାପରେ କୁର୍ବାନ ମନ୍ସୂରି ସେହି ସ୍ଥାନରେ ଟଳି ପଡ଼ିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଖସିଯିବା ସମୟରେ ଟାଉନ ଥାନା ପୋଲିସ ତାଙ୍କୁ ଥାନାରେ ଅଟକ ରଖିବା ସହ, କୁର୍ବାନ ଙ୍କ ଘର ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି।





