ଓଡ଼ଗାଁ, (ବାଘୁଆବାର୍ତ୍ତା): ପୋଖରୀରେ ବୁଡି ବୃଦ୍ଧ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମପଞ୍ଚାୟତ ବ୍ରାହ୍ମଣଡ଼ିହି ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ରଘୁନାଥ ଖୁଣ୍ଟିଆ (୭୦) ନାମକ ଜଣେ ବ୍ୟକ୍ତି ଅପରାହ୍ନ ସମୟରେ ନିକଟସ୍ଥ କେରୁଆବଣି ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଏ ନେଇ ପରିବାର ଲୋକେ ବହୁତ ଖୋଜାଖୋଜି ପରେ ଓଡ଼ଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏ ନେଇ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି ପରେ ରଘୁନାଥଙ୍କ ମୃତଦେହ ଠାବ ହୋଇପାରିନଥିଲା । ତେବେ ଆଜି ସକାଳୁ ପୋଖରୀରେ ବୃଦ୍ଧଙ୍କ ଶବ ଭାସୁଥିବା ଦେଖି ଓଡ଼ଗାଁ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାଯାଇଛି ।






