Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଦୁଇ ଓ୍ୱେବ ସାମ୍ବାଦିକଙ୍କୁ ହାଜର ହେବା ପାଇଁ ନୋଟିସ୍‌ କଲା ପୋଲିସ୍‌

by ସଞ୍ଜୟ ସ୍ୱାଇଁ
September 14, 2021
in Crime, State
ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଦୁଇ ଓ୍ୱେବ ସାମ୍ବାଦିକଙ୍କୁ ହାଜର ହେବା ପାଇଁ ନୋଟିସ୍‌ କଲା ପୋଲିସ୍‌
76
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଦୁଇ ଓ୍ୱେବ ସାମ୍ବାଦିକଙ୍କୁ ହାଜର ହେବା ପାଇଁ ନୋଟିସ୍‌ କଲା ପୋଲିସ୍‌। ଭୁବନେଶ୍ୱର ଅଞ୍ଚଳ ର ଦୁଇ ଓ୍ୱେବ ସାମ୍ବାଦିକ ଅସିତ କୁମାର ରାଉତ ଓ ଦୀପ୍ତି ଓରଫ ଦାମୋଦର ସେଠି ଙ୍କୁ ଆସନ୍ତା କାଲି ଜେରା ପାଇଁ ନୋଟିସ ଜାରି କଲା ମଙ୍ଗଳାବାଗ ଥାନା ପୁଲିସ । ସୂଚନା ଯୋଗ୍ୟ ବିଧାନସଭା ଆଗରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। । ପୋଷ୍ଟମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଥିଲା । ବୁଧବାର ବିଧାନସଭା ଆଗରେ ହାତ କାଟି, ବିଷ ପିଇଥିଲେ ଦୁଷ୍ମନ୍ତ ଦାସ। ସେପଟେ ଚିକିତ୍ସା ଅବହେଳା ଯୋଗୁ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ଦୁଷ୍ମନ୍ତଙ୍କ ମାଆ। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ । ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଏକ ଦୁର୍ଘଟଣାଜନିତ କାରଣରୁ ସେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅପରେସନ କରାଯାଇଥିଲା ।ଅପରେସନ ପରେ ପିଜିଓଥେରାପିରେ ଚିକିତ୍ସା ମଧ୍ୟ କରାଯାଉଥିଲା । ଏସ୍‌ସିବିରେ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା ।ତେବେ ଗତ ୬ ତାରିଖରେ ସେ ଏମ୍ସକୁ ଯିବେ ବୋଲି ନିଜ ତରଫରୁ ଜଣାଇଥିଲେ । ତେଣୁ ଆମେ ତଙ୍କୁ ଛାଡିଥିଲୁ । ଗତକାଲି ହଠାତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରୁ ଏସ୍‌ସିବି ଅଣାଯାଇଥିଲା । ବିଷକ୍ରିୟା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଷ୍ମନ୍ତଙ୍କୁ ବିଷ ପିଇବା ପାଇଁ କେହି ଉସ୍‌କାଇଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାବାଗ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!