Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀଙ୍କୁ ପିଟି ପିଟି ଫିନାଇଲ ପିଆଇଦେଲେ, ପାଗଳ କଲା ଯୁବତୀଙ୍କ ପ୍ରେମ, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
August 10, 2024
in Crime, NATIONAL NEWS
ପତ୍ନୀଙ୍କୁ ପିଟି ପିଟି ଫିନାଇଲ ପିଆଇଦେଲେ, ପାଗଳ କଲା ଯୁବତୀଙ୍କ ପ୍ରେମ, ବାନ୍ଧିଲା ପୁଲିସ
54
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ନିଜର ହସଖୁସିର ସଂସାର ଥିବା ସତ୍ତ୍ୱେ ପରକିୟା ପ୍ରୀତିରେ ମାତିଥିଲେ ସ୍ୱାମୀ । ବହୁ ଥର ଧରା ପଡ଼ିବା ସହ କ୍ଷମା ମାଗିଥିଲେ ବି ପ୍ରେମିକାକୁ ଭୁଲି ପାରୁ ନ ଥିଲେ। ପତ୍ନୀ ଏହାକୁ ବିରୋଧ କରିବାରୁ ଶେଷରେ ଉତ୍ତ୍ୟକ୍ତ ହୋଇ ନିଜ ହିତାହିତ ଜ୍ଞାନ ହରାଇ ବସିଲେ। ଏପରିକି ପଶୁ ପରି ପିଟିବା ପରେ ଅଚେତ ପତ୍ନୀଙ୍କୁ ଫିନାଇଲ ପିଆଇବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ଲକ୍ଷ୍ନୌରେ ରହୁଥିବା ସନ୍ତୋଷ ଯାଦବ ନାମକ ବ୍ୟକ୍ତି ପୁରୁଣା ଗାଡ଼ି କିଣାବିକା ବ୍ୟବସାୟ କରିଥାନ୍ତି। ପ୍ରାୟ ୧୩ ବର୍ଷ ପୂର୍ବେ ସେ ବିବାହ କରିଥିବା ବେଳେ ତାଙ୍କର ୧୨ ବର୍ଷର ଏକ ଝିଅ ରହିଛି। ସନ୍ତୋଷଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ଜୀବନରେ ଜଣେ ଯୁବତୀଙ୍କ ଏଣ୍ଟ୍ରି ହୋଇଛି। ଉକ୍ତ ଯୁବତୀଙ୍କ ପ୍ରେମରେ ପାଗଳ ସନ୍ତୋଷ ଏହାକୁ କେନ୍ଦ୍ର କରି ପତ୍ନୀଙ୍କୁ ମାରଧର କରିବାକୁ ବି ପଛାଉ ନାହାନ୍ତି। ଏନେଇ ସନ୍ତୋଷଙ୍କ ପତ୍ନୀ ପୂର୍ବରୁ ବହୁ ଥର ଥାନାରେ ଅଭିଯୋଗ କରି ସାରିଛନ୍ତି। ପୁଲିସ୍‌ ସମ୍ମୁଖରେ ସନ୍ତୋଷ ନିଜ ପତ୍ନୀଙ୍କୁ କ୍ଷମା ମାଗିବା ସହ ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କହି ଘଟଣାର ସମାଧାନ କରୁଥିଲେ। ମାତ୍ର ପରେ ପୁଣି ପୂର୍ବ ଆଚରଣ ଦୋହରାଉଥିଲେ। ଘଟଣା ଦିନ ଏହି କଥାକୁ କେନ୍ଦ୍ର କରି ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ ଉତ୍ୟକ୍ତ ସନ୍ତୋଷ ପତ୍ନୀଙ୍କୁ ପ୍ରବଳ ପିଟିଥିଲେ। ଫଳରେ ସେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ଏଥିରେ ରାଗ ଶାନ୍ତ ନ ହେବାରୁ ସନ୍ତୋଷ ପତ୍ନୀଙ୍କୁ ଜବରଦସ୍ତି ଫିନାଇଲ ପିଆଇ ଦେଇଥିଲେ। ନିଜ ମା’ଙ୍କ ପ୍ରତି ଏପରି ନ କରିବାକୁ ସନ୍ତୋଷଙ୍କୁ ଝିଅ ଗୁହାରି କରିଥିଲା। ମାତ୍ର ସେ ତା’ କଥା ଶୁଣିବା ପରିବର୍ତ୍ତେ ତାକୁ ବି ମାରଧର କରିବାକୁ ପଛାଇ ନ ଥିଲେ। ଏନେଇ ସନ୍ତୋଷଙ୍କ ଝିଅ ନିଜ ମାମୁ ଘର ଲୋକଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଦେଇଥିଲେ। ସେମାନେ ତୁରନ୍ତ ପହଞ୍ଚି ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲେ ବି ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରି ସନ୍ତୋଷଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!