ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମଥୁରା ଗାଁରେ ବଡ଼ ଧରଣର ଚୋରି। ଘର ଭିତରେ ପଶି ଲୁଟି ନେଲେ ୧୫ ଭରିର ସୁନା ଅଳଙ୍କାର ସମେତ ନଗଦ ୧ ଲକ୍ଷ ଟଙ୍କା । ଖଲ୍ଲିକୋଟ ଥାନା ମଥୁରା ଗାଁରେ ଘରେ କେହି ନଥିବା ବେଳେ ବନ୍ଦ ଘରୁ କବାଟ ତାଡ଼ି କଳାକନା ବୁଲାଇଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଆକାଶ ତରାଇଙ୍କ ଘରୁ ଚୋରି ହୋଇଛି। ଆକାଶଙ୍କ ପରିବାର ଘରେ ତାଲା ପକାଇ ଅଜାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତ ବନ୍ଦ ଘରୁ କବାଟ ତାଡ଼ି ୧୫ ଭରିର ସୁନା ଅଳଙ୍କାର ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିସହ ଦୁର୍ବୃତ୍ତ ଅନ୍ୟ ଜଣଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଖବର ପାଇ ଖଲ୍ଲିକୋଟ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





