Thursday, June 19, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକଙ୍କୁ ଦେଉଥିଲେ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
August 1, 2024
in Crime, State
ଲୋକଙ୍କୁ ଦେଉଥିଲେ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ, ବାନ୍ଧିଲା ପୁଲିସ
971
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ବ୍ୟକ୍ତି ଲୋକଙ୍କୁ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେଇ ବନ୍ଧା ହେଲେ । ସୁଚନାନୁସାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଗପଡା ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ପୁଅ ସୁଜିତ କୁମାର ମହାନ୍ତି ଜାଲ ମୃତ୍ୟୁ ସାର୍ଟିଫିକେଟକୁ ନେଇ ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରିଥିଲେ । ଅମୁଲ୍ୟ ନିଶଙ୍କଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜାନକୀ ନିଶଙ୍କଙ୍କର ମୃତ୍ୟୁ ସାର୍ଟିଫିକେଟ ଆବଶ୍ୟକ ପଡିଥିଲା । ଅଭିଯୁକ୍ତ ତାଙ୍କୁ ଏକ ଜାଲ ସାର୍ଟିଫିକେଟ ଦେଇଥିବାର ଜଣା ପଡିଥିଲା । ଲେବର କାର୍ଡରେ ସହାୟତା ପାଇବା ପାଇଁ ସେ ମୃତ୍ୟୁ ସାର୍ଟିଫିକେଟ ବାହାର କରିବା ପାଇଁ ଅଭିଯୁକ୍ତ ତାଙ୍କ ଠାରୁ ୧୦୦୦ ଟଙ୍କା ନେଇ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଭେରିଫିକେସନ ବେଳେ ଏହା ଜାଲ ବୋଲି ଜଣା ପଡିଥିଲା । ନୟାଗଡ଼ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ନୂଆଗାଁ ଥାନା ନୂଆ ସାହିର ବିଜୟ କୁମାର ମହାନ୍ତିଙ୍କ ପୁଅ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି । ସେ ନୂଆଗାଁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସାମ୍‌ନାରେ ଏକ କମ୍ପ୍ୟୁଟର ଦୋକାନ ଦେଇଛନ୍ତି । ପୁଲିସ ପକ୍ଷରୁ କିଉଆରକୋଡ ମାଧ୍ୟମରେ ତଦନ୍ତ କରି ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଛି । ତାଙ୍କ ଠାରୁ ଏକ ଏଲଜି କମ୍ପାନିର କମ୍ପ୍ୟୁଟର, କଲର ପ୍ରିଣ୍ଟର, ସିପିୟୁ, କି ବୋର୍ଡ, ମାଉସ, ପାୱାର କେବୁଲ ମନିଟର ଓ କନେକ୍ଟରକୁ ପୁଲିସ ଜବତ କରିଛି । ନୂଆଗାଁ ଥାନାରେ କେସ୍ ନଂ ୧୩୯ରେ ମାମଲା ରୁଜୁ କରାଯାଇ ସଞ୍ଜୟକୁ ଗିରଫ କରିବା ସହ କୋର୍ଟ ଫରୁୱାର୍ଡ କରିଛି । ସଞ୍ଜୟ ଏଥି ସହ ଏହା ପୂର୍ବରୁ ଜଣଙ୍କୁ ଜନ୍ମ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହା ମଧ୍ୟ ନକଲି ଥିଲା ବୋଲି ଜଣା ପଡିଛି ।

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

June 16, 2025
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

June 16, 2025
କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

June 16, 2025
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

June 16, 2025
ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

June 16, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!