Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସକୁ ବଡ଼ ସଫଳତା, ୩୩୭ କେଜି ଗଞ୍ଜେଇ ଜବତ, ୬ ଗିରଫ

by ସଞ୍ଜୟ ସ୍ୱାଇଁ
July 26, 2024
in Crime, State
ପୁଲିସକୁ ବଡ଼ ସଫଳତା, ୩୩୭ କେଜି ଗଞ୍ଜେଇ ଜବତ, ୬ ଗିରଫ
42
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ୬ ଜଣଙ୍କୁ ଗିରଫ କରିଛନ୍ତି ଏହି ଦୁଇଟି ଅଞ୍ଚଳର ପୁଲିସ୍। ଗିରଫ ୬ ଜଣଙ୍କଠାରୁ ୩୩୭ କେଜି ଗଞ୍ଜେଇ ଜବତ କରାଯାଇଛି। ବଲାଙ୍ଗୀର ଏସପି ରୁଷିକେଶ ଖିଲାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ଏସପି କହିଛନ୍ତି, ବାଲିଗୁଡ଼ା ଅଞ୍ଚଳରୁ ଦୁଇଟି ପିକଅପ ଭ୍ୟାନରେ ବଲାଙ୍ଗୀର ଜିଲ୍ଲା ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆମକୁ ସୂଚନା ମିଳିଥିଲା। ତେଣୁ ବଲାଙ୍ଗୀର ଜିଲ୍ଲାରେ ପୁଲିସ କଡ଼ା ନାକାବନ୍ଦୀ କରିଥିଲା। ଟିଟିଲାଗଡ଼ରେ ଗାଡ଼ି ଯାଞ୍ଚ ଚାଲିଥିବା ବେଳେ ସନ୍ଦେହରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ ପୁଲିସ ଟିମ୍। ଯାଞ୍ଚ କଲାବେଳେ ସେହି ପିକଅପ ଭ୍ୟାନରୁ ଗଞ୍ଜେଇ ମିଳିଥିଲା। କପଡ଼ାରେ ଭର୍ତ୍ତି ହୋଇଥିବା ଏହି ପିକଅପ ଭ୍ୟାନରେ ଏକ ସ୍ୱତନ୍ତ୍ର ଚାମ୍ବର ତିଆରି କରାଯାଇ ଗଞ୍ଜେଇ ରଖାଯାଇଥିଲା। ସେଥିରୁ ୨୪୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହିତ ସେହି ପିକଅପ ଭ୍ୟାନରେ ଥିବା ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନଙ୍କର ଆଉ ଗୋଟିଏ ପିକଅପ ଗାଡ଼ି କଣ୍ଟାବାଞ୍ଜି ଦେଇ ଯାଉଥିଲା। ପୁଲିସ ତାକୁ ଅଟକାଇ ଯାଞ୍ଚ କଲାବେଳେ ସେଥିରୁ ୯୪ କେଜି ଗଞ୍ଜେଇ ପାଇଥିଲା। ଏହା ସହିତ ଡ୍ରାଇଭର ନୀଳକଣ୍ଠ ମହାନନ୍ଦଙ୍କୁ ପୁଲିସ ଗିରଫ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!