ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ ଟାଉନ ଥାନା ପୁଲିସ ପକ୍ଷରୁ ଗୋଟିଏ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି । ଏହି ଟ୍ରକରେ ୮ ଗୋଟି ଗୋରୁ ଥିବା ସୁଚନା ମିଳିଛି । ପୁଲିସ ଗୋରୁ ଗାଡ଼ିକୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି । ସୁଚନାନୁସାରେ ଆଜି ନୟାଗଡ଼ ଟାଉନ ଥାନା ପକ୍ଷରୁ କୌଣସି ସୁତ୍ରରୁ ସୁଚନା ପାଇ ସବ୍ ଇନିସ୍ପେକ୍ଟର ସିମାଞ୍ଚଳ ନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ନୟାଗଡ଼ ପୁରୁଣା ବସ୍ ଷ୍ଟାଣ୍ଡଠାରେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲେ । ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗ୍ରାମର ତାରେଶ୍ୱର ସେଠୀଙ୍କ ପୁଅ ମାନସ କୁମାର ସେଠୀ ଓ ସଦର ଥାନା ଅନ୍ତର୍ଗତ ବଡ଼ପଦା ଗ୍ରାମର ଅରକ୍ଷିତ ମହାପାତ୍ରଙ୍କ ପୁଅ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରିଛି । ଉକ୍ତ ଟ୍ରକଟି ଫେକ ରେଜିଷ୍ଟ୍ରେସନ ନମ୍ବର ଲାଗିଥିବା ସୁଚନା ମିଳିଛି । ପୁଲିସ ପକ୍ଷରୁ କେସ୍ ନଂ – ୨୬୪ ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି । ସମସ୍ତ ଗୋରୁଙ୍କୁ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଗିରିଡ଼ିପଲ୍ଲୀ ଗ୍ରାମର ମହେଶ୍ୱର ପରିଡ଼ାଙ୍କ ପୁଅ ଦୁର୍ଯ୍ୟୋଧନ ପରିଡ଼ାଙ୍କୁ ଜିମା ଦିଆଯାଇଛି । ଜୀବ ବିକାଶ ପରିଷଦର ସମ୍ପାଦକଙ୍କୁ ଗୋରୁଙ୍କ ଯତ୍ନ ନେବା ପାଇଁ ଛଡ଼ା ଯାଇଛି ।





