Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଙ୍କ ଶିକାର କରି ପ୍ରଧାନ ଶିକ୍ଷକ ଗିରଫ

by ସଞ୍ଜୟ ସ୍ୱାଇଁ
July 18, 2024
in Crime, State
ଝିଙ୍କ ଶିକାର କରି ପ୍ରଧାନ ଶିକ୍ଷକ ଗିରଫ
133
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ଶିମିଳିପାଳ ଅଭୟାରଣ୍ୟରେ ଝିଙ୍କ ଶିକାର କରି ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ସହିତ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି ମୟୂରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନର ବନ କର୍ମଚାରୀ। ଅଭିଯୁକ୍ତ ଦ୍ୱୟଙ୍କଠାରୁ ଦେଢ଼ କେଜି ଝିଙ୍କ ମାଂସ, ୮୮ଟି ଝିଙ୍କ କାଠି, ଗୋଟିଏ ବନ୍ଧୁକ ଏବଂ କିଛି ଧନୁତୀର ଜବତ କରାଯାଇଛି। ଝିଙ୍କ ଶିକାର କରି ଗିରଫ ହୋଇଥିବା ପ୍ରଧାନ ଶିକ୍ଷକଙ୍କ ନାଁ ବାଇଧର ସୋରେନ। ସେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ହଳଦୀବଣି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି। ସେହିପରି ଗିରଫ ହୋଇଥିବା ତାଙ୍କ ସହଯୋଗୀଙ୍କ ନାଁ ଚାମୁଟୁ ହେମ୍ବ୍ରମ। ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଝିଙ୍କ ଶିକାର କରିଥିବା ହେତୁ ସେମାନଙ୍କ ନାଁରେ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଝିଙ୍କ ସିଡ୍ୟୁଲ ୧ ପ୍ରଜାତିର ହୋଇଥିବା ହେତୁ ଏହାକୁ ଶିକାର କରିବା ଧର୍ତ୍ତବ୍ୟ ଅପରାଧ ବୋଲି କହିଛନ୍ତି ଦକ୍ଷିଣ ଶିମିଳିପାଳର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼। ସେ କହିଛନ୍ତି, କିଛି ଲୋକ ଝିଙ୍କ ମାରିଥିବା ନେଇ ଆମେ ଖବର ପାଇଥିଲୁ। ଖବର ପାଇବା ମାତ୍ରେ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଏକ ରାପିଡ୍ ଆକ୍ସନ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ଝିଙ୍କ ମାଂସ ଓ କାଠିର ନମୂନା ଲାବୋରୋଟାରୀକୁ ପଠାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!