Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ କଳହ ଅସହ୍ୟ ହେଲା, ମାମୁ, ମାଇଁଙ୍କୁ ଗୁଳି କରିଦେଲା ଭଣଜା

by ସଞ୍ଜୟ ସ୍ୱାଇଁ
July 17, 2024
in Crime, NATIONAL NEWS
ଘରୋଇ କଳହ ଅସହ୍ୟ ହେଲା, ମାମୁ, ମାଇଁଙ୍କୁ ଗୁଳି କରିଦେଲା ଭଣଜା
35
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ଘରୋଇ କଳହ ଅସହ୍ୟ ହେଲା। ଫଳରେ ହିତାହିତ ଜ୍ଞାନ ହରାଇ ବସିଲେ ୧୭ ବର୍ଷୀୟ ନାବାଳକ । ଆଉ ତା’ ପରେ ଘଟାଇଲେ ଅଭାବନୀୟ କାଣ୍ଡ । ଗୁଳି ମାରି ସେ ନିଜ ମାମୁ, ମାଇଁଙ୍କ ଜୀବନ ନେଇଥିବା ବେଳେ ମାମୁ ପୁଅଙ୍କ ଶରୀରରେ ଗୁଳି ବାଜିଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ମାମୁ, ମାଇଁଙ୍କ ଗାଳି ଅସହ୍ୟ ହେବାରୁ ଭଣଜା ଏପରି ଚରମ ପଦକ୍ଷେପ ଉଠାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ମୃତକଦ୍ୱୟ ହେଲେ ୬୫ ବର୍ଷୀୟ ରାଜେନ୍ଦ୍ର ସିଂହ ଓ ତାଙ୍କ ୬୦ ବର୍ଷୀୟ ପତ୍ନୀ। ଏହି ଗୁଳିମାଡ଼ ଘଟଣାରେ ତାଙ୍କ ପୁଅ ସରବନ ଗୁରୁତର ହୋଇଛନ୍ତି । ସରବନ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।। ଘଟଣା ସମୟରେ ବାପାମା’ ପୁଅ ଗୋଟିଏ ରୁମ୍‌ରେ ଥିବା ବେଳେ ହଠାତ୍‌ ଅଭିଯୁକ୍ତ ଅଭିଷେକ ହାତରେ ଏକ ବନ୍ଧୁକ ଧରି ରୁମ୍‌ରେ ପଶିଥିଲେ। ଏହାପରେ ସେ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳି ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟ ପହଞ୍ଚି ସମସ୍ତେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସମସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ରାଜେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସରବନଙ୍କ ହାତରେ ଗୁଳି ବାଜିଥିବା ବେଳେ ସେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ଅଭିଷେକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଅରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!