Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରଯାତ୍ରୀ ହୋଇ ଆସିଲେ ଚୋରି କରି ଫସିଲେ

by ସଞ୍ଜୟ ସ୍ୱାଇଁ
July 12, 2024
in Crime, State
ବରଯାତ୍ରୀ ହୋଇ ଆସିଲେ ଚୋରି କରି ଫସିଲେ
185
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ପୁଣି ଥରେ ବିବାହ ମଣ୍ଡପ ଚୋରଙ୍କ ଟାର୍ଗେଟରେ । ବିବାହ ଉତ୍ସବ ବେଳେ ବରଯାତ୍ରୀ ହୋଇ ଭଦ୍ରବ୍ୟକ୍ତିଙ୍କ ପରି ଆସିଲେ । ସୁଯୋଗ ଉଣ୍ଡି କନିଆର ସମସ୍ତ ଗହଣା ଓ ମୋବାଇଲ ଲୁଟି ଚମ୍ପଟ ମାରିଲେ । ହେଲେ ଭାଗ୍ୟ ଥିଲା ଖରାପ । ଚୋରି କରି ଫେରାର ହେଉଥିବା ବେଳେ ମାଡ଼ି ବସିଲେ ଉତ୍ସବରେ ଉପସ୍ଥିତ ଅନ୍ୟ ଲୋକମାନେ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କେଶଦୁରାପାଳ ଗାଁରେ । ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି କନିଆର ପରିବାର ଲୋକେ । ସୂଚନାଯୋଗ୍ୟ, ଗାଁର ବଳରାମ ଆଚାର୍ଯ୍ୟଙ୍କ ଝିଅ ବାହାଘର ହେଉଥିଲା । ଯଥା ସମୟରେ ବରଯାତ୍ରୀଙ୍କ ସହ ବର ଆସି ପହଞ୍ଚିଥିଲା । ତେବେ ବରଯାତ୍ରୀଙ୍କ ସହ ଭଦ୍ରଲୋକଙ୍କ ବେଶରେ ଆସିଥିଲା ଚୋର । ସମସ୍ତେ ବାହାଘର କାମରେ ବ୍ୟସ୍ଥ ଥିବା ବେଳେ ବିଳମ୍ବିତ ରାତିରେ ସୁଯୋଗ ଦେଖି କନିଆର ଗହଣା ସମେତ ମୋବାଇଲକୁ ଚୋରି କରି ନେଇଥିଲା । କନିଆ ଘଣ ଲୋକେ ଏହା ଦେଖି ଲୁଟେରାକୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କରି ପଚରାଉଚରା ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!