Tuesday, August 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ନିଜେ ରଚିଥିଲେ ଅପହରଣ ନାଟକ

by ସଞ୍ଜୟ ସ୍ୱାଇଁ
September 14, 2021
in Crime, State
ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ  ନିଜେ ରଚିଥିଲେ ଅପହରଣ ନାଟକ
427
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିବାହିତ ଥାଇ ବି ପୁଣି ଥରେ ରୋମାନ୍ସରେ ମାତିଥିଲେ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ । ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ରଚିଥିଲେ ସୁଚିନ୍ତିତ ଷଡଯନ୍ତ୍ର । ହେଲେ ଅଧା ବାଟରେ ସବୁ ଫସର ଫାଟିଗଲା। ଲିଙ୍ଗିପୁର ପାଖ ଦୟା ନଦୀ ନିକଟରୁ ନିଜ ଅପହରଣ ନେଇ ପତ୍ନୀଙ୍କୁ ସୂଚନା ଦେଇଥିବା ଡେଲିଭରି ବଏ ପ୍ରେମିକା ସହ ମଧ୍ୟପ୍ରଦେଶରୁ ଠାବ ହୋଇଛନ୍ତି। ସେଠାକାର ପୁଲିସ୍‌ ଉଭୟଙ୍କୁ ଅଟକ ରଖିଥିବା ବେଳେ ଓଡ଼ିଶାରୁ ଏକ ପୁଲିସ୍‌ ଟିମ୍‌ ସେମାନଙ୍କୁ ଆଣିବାକୁ ମଧ୍ୟପ୍ରଦେଶ ଯିବ ବୋଲି ଜଣାଯାଇଛି। ଚିକୁନ ଅପହରଣ ମାମଲାରେ ଏପରି ନୂଆ ଟ୍ୱିଷ୍ଟ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି । ଗତ ଶନିବାର ରାତିରୁ ଚିକୁନ୍‌ ଗାଏବ ହୋଇ ଯାଇଥିଲେ। ଏହାପରେ ରବିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ନିଖୋଜ ହୋଇ ଯାଇଥିଲେ । ଏନେଇ ଗୋପ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏଥିସହ ଚିକୁନ ସେମାନଙ୍କ ଝିଅକୁ ଅପହରଣ କରି ନେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ନିଖୋଜ ଯୁବତୀଙ୍କ ପିତାମାତାଙ୍କ ସୂଚନା ଅନୁଯାୟୀ, ସେମାନଙ୍କ ଘର ନିକଟରେ ଚିକୁନର ସମ୍ପର୍କୀୟ ମାଉସୀ ଘର । ତେଣୁ ଚିକୁନ ବିଭିନ୍ନ ସମୟରେ ଏଠାକୁ ଆସୁଥିବା ବେଳେ ସେମାନଙ୍କ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଏପରିକି ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୮ ମାସ ତଳେ ଚିକୁନ ଅହଲ୍ୟାଙ୍କୁ ବିବାହ କରିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କ ପୂର୍ବ ପରି ଥିଲା। ହେଲେ ଗତ ରବିବାର ରାତିରେ ହଠାତ୍‌ ଝିଅ ନିଖୋଜ ହୋଇ ଯାଇଥିବା ବେଳେ ଏକ ହାତଲେଖା ଚିଠି ଛାଡ଼ି ଯାଇଛି। ସେଥିରେ ସେ ଚିକୁନକୁ ଭଲ ପାଉଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ଘର ପାଖରେ ଜଣେ ସାଙ୍ଗ ଜରିଆରେ ଚିକୁନ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ । ହେଲେ ଏବେ ଝିଅର ସାଙ୍ଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରୁଥିବା ଯୁବତୀଜଣକ କହିଛନ୍ତି। ଏହାପରଠୁ ସେ ଗାଏବ ହୋଇଯାଇଥିବା ବେଳେ ପରିବାର ଲୋକ ଚିକୁନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀମ ମୌଜାବେଗ୍‌ ଗାଁର ଚିକୁନ ୮ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟ ଭୁବନେଶ୍ୱର ଚାଲି ଆସି ଧଉଳି ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଚିକୁନ ଡେଲିଭରି ବୟ ଭାବେ କାମ କରୁଥିଲେ। ହେଲେ ଏକ ଗ୍ୟାରେଜ କରିବା ନିମନ୍ତେ ଗତ ଶନିବାର ଚିକୁନ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ଏହାପରେ ରାତିରେ ସ୍ତ୍ରୀଙ୍କୁ ଭଏସ୍‌ ମେସେଜ ପଠାଇ ତାଙ୍କୁ କେହି ଛୁରୀ ଭୁଷି ନେଇ ଯାଉଥିବା ଜଣାଇଥିଲେ। ଏନେଇ ଧଉଳି ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଚିକୁନଙ୍କୁ ଠାବ କରାଯାଇ ପାରି ନ ଥିବା ବେଳେ ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଥିଲା। ଏବେ ଚିକୁନଙ୍କୁ ଜଣେ ଯୁବତୀ ସହ ମଧ୍ୟପ୍ରଦେଶ ପୁଲିସ୍‌ ଠାବ କରିଥିବା ବେଳେ ଓଡ଼ିଶାରୁ ଏକ ପୁଲିସ୍‌ ଟିମ୍‌ ଯାଇ ଉଭୟଙ୍କୁ ଆଣିବ ବୋଲି ଜଣାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!