Tuesday, August 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କର ଆଜବେଷ୍ଟସ୍‌ ଭାଙ୍ଗି କିଛି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ କମ୍ପ୍ୟୁଟର ଚୋରି କରି ନେଇଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
September 14, 2021
in Crime, State
ବ୍ୟାଙ୍କର ଆଜବେଷ୍ଟସ୍‌ ଭାଙ୍ଗି କିଛି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ କମ୍ପ୍ୟୁଟର ଚୋରି କରି ନେଇଥିବା ଅଭିଯୋଗ
41
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଥିବା ପଞ୍ଜାବ ନେସ୍‌ନାଲ ବ୍ୟାଙ୍କର ଆଜବେଷ୍ଟସ୍‌ ଭାଙ୍ଗି କିଛି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ କମ୍ପ୍ୟୁଟର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାରରୁ ରବିବାର ପର୍ୟ୍ୟନ୍ତ ବ୍ୟାଙ୍କ ଛୁଟି ରହିଥିଲା । ଏହାର ସୁଯୋଗ ନେଇ କିଛି ଦୃର୍ବୃତ୍ତ ଆଜବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ ଭିତରେ ଥିବା କମ୍ଫ୍ୟୁଟର ଚୋରି କରି ନେଇଥିଲେ । ସୋମବାର ବ୍ୟାଙ୍କ ଖୋଲିଥିବାରୁ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କକୁ ଆସିଥିଲେ । କର୍ମଚାରୀମାନେ ବ୍ୟାଙ୍କ ଖୋଲି ଭିତରକୁ ପଶିବା ପରେ ବ୍ୟାଙ୍କ ଭିତରେ ବିଭିନ୍ନ ଆସବାବପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ବେଳେ ଆଜବେଷ୍ଟସ୍‌କୁ ତାଡ଼ା ଯାଇଥିବା ଦେଖିବାକୁ ପାଇଥିଲେ । ଚୋରି ହୋଇଥିବା ସନ୍ଦେହ କରି ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ସୂଚନା ଦେବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଥିଲା । ବ୍ୟାଙ୍କରୁ ଦୁର୍ବୃତ୍ତମାନେ ୫ଟି କମ୍ପ୍ୟୁଟର ଚୋରି କରି ନେଇଥିବା ସ୍ପଷ୍ଟ ହୋଇଥିଲା । ଗତ ୯ ତାରିଖରୁ ସିସିଟିଭି ବନ୍ଦ ଥିବା ନେଇ ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସିସିଟିଭି ବନ୍ଦ ଥିବାରୁ ଦୁର୍ବୃତ୍ତମାନଙ୍କୁ ଠାବ କରିବା ଏବେ ପୁଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!