ଭୁବନେଶ୍ୱର (ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କୋଟିପତି ଅଙ୍ଗନବାଡ଼ି ଦିଦି । କରୋଡ଼କଣ୍ଟା ଅଙ୍ଗନବାଡ଼ି ସେଣ୍ଟରର ଅଙ୍ଗନବାଡି କର୍ମୀ କବିତା ମାଥଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି ଟିମ୍। ଭିଜିଲାନ୍ସ ଟିମ୍ ବାସଭବନ ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ଭୁବନେଶ୍ବର କେସୁରା ସ୍ଥିତ ଦୁଇ ମହଲା ଘର, ଝାରପଡା ସ୍ଥିତ ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ଚଢ଼ଉ ଜାରିଛି। ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ଜଣାପଡିଛି। ତେବେ ସମ୍ପତ୍ତିର ଆକଳନ ପରେ ସଠିକ୍ ତଥ୍ୟ ମିଳିପାରିବେ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।






