Monday, August 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଜିଟାଲ ପେମେଣ୍ଟକୁ ନେଇ ଗ୍ରାହକ ଓ ଦୋକାନ ମାଲିକ ମଧ୍ୟରେ ତୁମୁଳକାଣ୍ଡ

by ସଞ୍ଜୟ ସ୍ୱାଇଁ
September 14, 2021
in Crime, State
ଡିଜିଟାଲ ପେମେଣ୍ଟକୁ ନେଇ ଗ୍ରାହକ ଓ ଦୋକାନ ମାଲିକ ମଧ୍ୟରେ ତୁମୁଳକାଣ୍ଡ
230
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ । ହୋଟେଲମାଲିକ ଜଣକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା। ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ ଘଟଣା ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଗତ ରବିବାର ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଦୃଶ୍ୟ। ପୁଲିସ୍‌ ଆକ୍ରମଣକାରୀ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ରବିବାର ରାତି ପ୍ରାୟ ସାଢେ ୮ଟାରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ଖାଇବାକୁ ୩ ଯୁବକ ଯାଇଥିଲେ। ଦୋକାନ ମାଲିକଙ୍କୁ ବକେୟା ଶହେ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନ ମାଲିକଜଣକ କ୍ୟାସ୍‌ ନେବାକୁ କହୁଥିବା ବେଳେ ଡିଜିଟାଲ ପେମେଣ୍ଟ କରିବେ ବୋଲି କହିଲେ ଗ୍ରାହକ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି। ଏହାପରେ ଘଟଣାସ୍ଥଳରୁ ୩ ଯୁବକ ପଳାଇଲେ। ମାତ୍ର ୫ମିନିଟ ମଧ୍ୟରେ ସେମାନେ ଖଣ୍ଡା ଧରି ଦୋକାନରେ ପଶିଥିଲେ। ଏହାପରେ ଅତର୍କିତ ଭାବେ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ତେବେ ଆକ୍ରମଣକାରୀ ଯୁବକମାନେ କମ୍‌ ବୟସର ଜଣା ପଡ଼ୁଥିବା ବେଳେ ସେମାନେ ମାରଣାସ୍ତ୍ର କେଉଁଠୁ ପାଇଲେ ତାହା ଏବେ ଚିନ୍ତାର ବିଷୟ ହୋଇଛି। ଏହି ଘଟଣାରେ ପୁଲିସ୍‌ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!