ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରୁ ଧରାପଡ଼ିଲା ସିନ୍ଧି ଚୋର । ସାଇକେଲରେ ବୁଲି ବୁଲି ନନ୍ଦନକାନନ ଅଂଚଳରୁ ଲୁଟ୍ କରୁଥିବା ସିନ୍ଧି ଚୋର ସୁମନ ଶବରକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ନିକଟରୁ ୬ଲକ୍ଷର ସୁନାଗହଣା ସହ ନଗଦ ୩୭ହଜାର ଟଙ୍କା, ମୋବାଇଲ ଫୋନ ଓ କ୍ୟାମେରା ଜବତ କରିଛି ପୋଲିସ । ଗିରଫ ସୁମନ ଶବର ନାରେ ୬ରୁ ଅଧିକ ମାମଲା ରହିଛି ।





