ବରଗଡ଼, (ବାଘୁଆବାର୍ତ୍ତା): ଝୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାନିଛତର ଗାଁ ରାସ୍ତାକଡରେ ଥିବା ଏକ ପରିତ୍ୟକ୍ତ ଦୋକାନ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ପାନିଛତର ଗାଁର ବୋଲି ବୋଲି ଜଣାପଡ଼ିଛି । ତାଙ୍କୁ ୨୨ ବର୍ଷ ବୟସ ହେବ ।ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରି ରଶି ଲଗାଇ ଝୁଲାଇ ଦେଇଛି ତାହା ଏବେ ସନ୍ଦେହ ଘେରରେ ରହିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।






