ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ୨ ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରୀ କଂସା ବାସନକୁ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତ ହେଲେ ଇଟାମାଟି ଥାନା ଚମ୍ପତ୍ତିପୁର ଗ୍ରାମର ବ୍ରହ୍ମାନନ୍ଦ ନାୟକ, ତ୍ରିନାଥ ଲେଙ୍କା । ଅନ୍ୟଜଣେ ଅଭିଯୁକ୍ତ ସୁମନ ସାହୁ ଫେରର ଥିବା ସୂଚନା ମିଳିଛି । ସୂଚନାନୁସାରେ, ଚମ୍ପତ୍ତିପୁର ଜଗନ୍ନାଥସାହିର ପ୍ରଫୁଲ କୁମାର ବେହେରା ତାଙ୍କ ପରିବାର ସହ ଅନ୍ୟତ୍ର ଯାଇଥିଲେ ।
ସେ ଗତ ୧୦ ତାରିଖରେ ଘରକୁ ଫେରିବା ବେଳକୁ ଘରେ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉପରୋକ୍ତ ୩ ଜଣ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରିଥିବା । ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।





