Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୃଶଂସ ଯୁବକ, ପ୍ରଶାସନ ବନ୍ଦ କଲା ନିର୍ବନ୍ଧ, ନାବାଳିକାର ମୁଣ୍ଡଗଣ୍ଡି ଅଲଗା କଲା ଯୁବକ

by ସଞ୍ଜୟ ସ୍ୱାଇଁ
May 10, 2024
in Crime, NATIONAL NEWS
ନୃଶଂସ ଯୁବକ, ପ୍ରଶାସନ ବନ୍ଦ କଲା ନିର୍ବନ୍ଧ, ନାବାଳିକାର ମୁଣ୍ଡଗଣ୍ଡି ଅଲଗା କଲା ଯୁବକ
114
VIEWS
Share on FacebookShare on Twitter

କର୍ଣ୍ଣାଟକ, (ବାଘୁଆବାର୍ତ୍ତା): ଭୟଙ୍କର କାଣ୍ଡ ଘଟାଇଛି ଜଣେ ଯୁବକ। ଯାହାଙ୍କୁ ବାହା ହେବାକୁ ଯାଉଥିଲା, ତାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଛି ଯୁବକ ଜଣକ। ଏଥିସହ କଟା ମୁଣ୍ଡକୁ ଧରି ଯୁବକ ଜଣକ ଫେରାର ବି ହୋଇ ଯାଇଛି। ଯୁବକ ଜଣକ ନିର୍ବନ୍ଧକୁ ପ୍ରଶାସନ ଗୁରୁବାର ଅଟକାଇ ଦେଇଥିଲା। ସେ ବିବାହ କରିବାକୁ ଯାଉଥିବା ଝିଅର ବୟସ ୧୬ ହୋଇଥିବାରୁ ପ୍ରଶାସନ ଏହାକୁ ବନ୍ଦ କରିଥିଲା। ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନରେ ରାଗି ଯାଇ ଯୁବକ ଜଣକ ଯେଉଁ ନାବାଳିକାଙ୍କ ସହ ନିର୍ବନ୍ଧ କରିବାକୁ ଯାଉଥିଲା, ତାଙ୍କ ମୁଣ୍ଡ କାଟି ଦେଇଛି। କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଛି। ପୁଲିସ କହିଛି ଯେ ୩୨ ବର୍ଷୀୟ ପ୍ରକାଶର ବିବାହ ୧୬ ବର୍ଷୀୟ ମୀନା ସହ ଠିକ ହୋଇଥିଲା। ମାଡିକେରେର ସୁରଲାବ୍ବି ଗାଁରେ ରହୁଥିବା ମୀନା ବୁଧବାର ହିଁ ୧୦ମ ପାସ କରିଥିଲେ। ତଥାପି ତାଙ୍କ ଘର ଲୋକ ପ୍ରକାଶ ସହ ତାଙ୍କ ବାହା ଘର ଠିକ କରିଥିଲେ। ଗୁରୁବାର ପ୍ରକାଶ ଓ ମୀନାଙ୍କ ନିର୍ବନ୍ଧ ହେବାର ଥିଲା। କିନ୍ତୁ ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ କେହି ଶିଶୁ କଲ୍ୟାଣ ବିଭାଗକୁ ଖବର ଦେଇଥିଲା। ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୀନାଙ୍କ ବୟସ ୧୮ ହୋଇ ନଥିବାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲେ। ପରିବାର ଲୋକଙ୍କୁ ବୁଝାସୁଝା କରାଯାଇଥିଲା ଓ ମୀନାଙ୍କୁ ୧୮ ବର୍ଷ ହେବା ଯାଏ ବାହାଘରକୁ ସ୍ଥଗିତ ରଖିବା ପାଇଁ କୁହାଯାଇଥିଲା। ସେମାନେ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। କିନ୍ତୁ ଏକଥା ପ୍ରକାଶକୁ ଭାରି ବାଧିଥିଲା। ନିର୍ବନ୍ଧ ବନ୍ଦ ହେବାର କିଛି ଘଣ୍ଟା ପରେ ପ୍ରକାଶ ବଳପୂର୍ବକ ମୀନାଙ୍କ ଘରେ ଧସେଇ ପଶିଥିଲା ଓ ତାଙ୍କ ବାପା ମା’ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏହାପରେ ମୀନାଙ୍କୁ ଘର ଭିତରୁ ୧୦୦ ମିଟର ଯାଏ ବାହାକୁ ଘୋଷାଡ଼ି ଆଣିଥିଲା। ବିଚ ରାସ୍ତାରେ ସେ ମୀନାର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲେ। ଶେଷରେ କଟା ମୁଣ୍ଡକୁ ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣା ପରଠାରୁ ପ୍ରକାଶ ନିଖୋଜ ଥିବାରୁ ତାକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ସେହିପରି ଆକ୍ରମଣରେ ଗୁରୁତର ହୋଇଥିବା ମୀନାଙ୍କ ବାପା ମା’ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!