ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ପୁଲିସକୁ ମିଳିଛି ବଡ଼ ସଫଳତା । ଅନେକ କେସରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ସୁଚନାନୁସାରେ ନୟାଗଡ଼ କୋଲାମଣ୍ଡଳ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମାର୍ପିଟ୍ କରି ୧୫୦୦ ଟଙ୍କା ଲୁଟିଥିଲେ ଅଭିଯୁକ୍ତ । ଇଟାମାଟି ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଫାଇନାନ୍ସ କର୍ମଚାରୀ ଜଣକ ପ୍ରତ୍ୟେକ ଦିନ ନିଜ ଗାଁରୁ ମୋଟର ସାଇକେଲ ଯୋଗେ ନୟାଗଡ଼ ଆସନ୍ତି । ଗତ କାଲି ଦିନ ୧୧ଟା ବେଳେ ନିଜ ଗ୍ରାମକୁ ଫେରୁଥିବା ବେଳେ ଇଟାମାଟି ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ସାନ୍ତରାପୁର ଗ୍ରାମର ସୁବାସ ବେହେରାଙ୍କ ପୁଅ ବିଜୟ କୁମାର ବେହେରା ଉକ୍ତ କର୍ମଚାରୀଙ୍କୁ ଅଟକାଇଥିଲେ । ବନ୍ଧୁକ ଦେଖାଇ ଟଙ୍କା ଆଦାୟକ କରିବା ସହ ତାଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ଦେଇଥିଲେ । କର୍ମଚାରୀ ଜଣକ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ଇଟାମାଟି ପୁଲିସ ୧୦୯/୨୪ ରେ ମାମଲା ରୁଜ କରି ଅଭିଯୁକ୍ତକୁ ଗିରଫ କରିଛି । ଏଥି ସହିତ ହାତ ତିଆରି ବନ୍ଧୁକ, ୪ ଗୋଟି ଗୁଳି, ୧୫୦୦ ଟଙ୍କା ଓ ଏକ ମୋବାଇଲକୁ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଫରୁୱାର୍ଡ କରାଯାଇଛି । ଇଟାମାଟି ଥାନାରେ ପୁର୍ବରୁ ତାଙ୍କ ନାମରେ ୪ ଗୋଟି ମାମଲା ରହିଛି ।





