Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁଟି ନେଲେ ଦୁଇ ଲକ୍ଷ, ଅସଲି ସିବିଆଇ ଅଫିସରଙ୍କ ଠାରୁ ଲୁଟିଲେ ନକଲି କ୍ରାଇମ୍ ବ୍ରାଞ୍ଚ

by ସଞ୍ଜୟ ସ୍ୱାଇଁ
May 8, 2024
in Crime, NATIONAL NEWS
ଲୁଟି ନେଲେ ଦୁଇ ଲକ୍ଷ, ଅସଲି ସିବିଆଇ ଅଫିସରଙ୍କ ଠାରୁ ଲୁଟିଲେ ନକଲି କ୍ରାଇମ୍ ବ୍ରାଞ୍ଚ
84
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ନକଲି କ୍ରାଇମ୍‌ ବ୍ରାଞ୍ଚ ଜାଲରେ ପଡିଲେ ଅସଲି ସିବିଆଇ ଅଫିସର୍‌। ଫେକ୍‌ କଲ୍‌ କରି ତାଙ୍କ ଠାରୁ ଲୁଟି ନେଲେ ୨ ଲକ୍ଷ ଟଙ୍କା। ମୁମ୍ବାଇର ଜଣେ ସିବିଆଇ ଅଫିସର ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚଳୁ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ଏପ୍ରିଲ୍‌ ୨୬ ତାରିଖରେ ମୁମ୍ବାଇର ଜଣେ ୫୯ ବର୍ଷୀୟ ସିବିଆଇ ଅଫିସରଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ଆଶିଷ ଶର୍ମାପ ବୋଲି ଦେଇଥିଲେ। ସେ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚରୁ କହୁଛନ୍ତି ଓ ସିବିଆଇ ଅଫିସ୍‌ରଙ୍କ ନାମରେ ଏକ ପାର୍ସଲ ପାଇଛନ୍ତି ବୋଲି କହିଥିଲେ। ଉକ୍ତ ପାର୍ସଲକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ କରାଯାଇଥିବା ସେ ସୂଚନା ଦେଇଥିଲା। ଜବତ ପାର୍ସଲରେ ସିବିଆଇ ଅଫିସର୍‌ଙ୍କ ଆଧାର ନମ୍ବର ବି ଉଲ୍ଲେଖ ଥିବା ସେ କହିଥିଲେ। ସେହି ପାର୍ସଲ ଭିତରେ ୮ଟି ପାସ୍‌ପୋର୍ଟ, ୫ଟି କ୍ରେଡିଟ୍‌ କାର୍ଡ ଓ ୧୭୦ ଗ୍ରାମ୍‌ ଡ୍ରଗ୍ସ ମିଳିଛି ବୋଲି ଜଣାଇଥିଲେ। ୪୯ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ଫୋନ୍‌ କଲ୍‌ରେ ଠକ ଜଣଙ୍କ ଅଧିକାରୀଙ୍କୁ ଡରାଇବା ସହ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ। ଏହାପରେ ଏପ୍ରିଲ ୨୮ ତାରିଖରେ ଆଉ ଜଣେ ବ୍ୟକ୍ତିଙ୍କ କଲ୍‌ ଉକ୍ତ ସିବିଆଇ ଅଫିସର୍‌ଙ୍କ ପାଖକୁ ଆସିଥିଲା। ଦିଲ୍ଲୀ ପୁଲିସ ଓ ଆର୍‌ବିଆଇ ଭେରିଫିକେସନ୍‌ ପ୍ରୋସେସ୍ ପାଇଁ କଥା ହେଉଥିବା ଜଣାଇଥିଲେ। ଏହାପରେ ସିବିଆଇ ଅଫିସରଙ୍କୁ ୨ ଲକ୍ଷ ଟଙ୍କା ଫିସ୍‌ ଭରିବାକୁ କହିଥିଲେ। ଠକଙ୍କ କଥା ଶୁଣି ସିବିଆଇ ଅଫିସର୍‌ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ପ୍ରସୋସ୍‌ ସରିବା ପରେ ଏହି ଟଙ୍କା ତାଙ୍କୁ ଫେରସ୍ତ କରିଦିଆଯିବ ବୋଲି ଠକ ଜଣକ କହିଥିଲା। ହେଲେ ସିବିଆଇ ଅଫିସର ଜଣକ କିନ୍ତୁ ତାଙ୍କ ଟଙ୍କା ଆଉ ଫେରି ପାଇ ନଥିଲେ। ପରେ ସିବିଆଇ ଅଫିସର ଜଣକ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ମୁମ୍ବାଇ ସାଇବର ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!