କେନ୍ଦୁଝର, (ବାଘୁଆବାର୍ତ୍ତା): ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଠକେଇ ଅଭିଯୋଗରେ ଶନିବାର (ଗତକାଲି) ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଟୁଲୁ ମଲ୍ଲିକ ତାଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ଜୀବନାନନ୍ଦ ସାମଲ ଓ ଯଶୋବନ୍ତ ସିଂ ସାମଲ ଏଦୁଇ ଜଣଙ୍କ ଘର ହେଉଛି ଆନନ୍ଦପୁରରେ ବୋଲି ଜଣାପଡ଼ିଛି। ଠକେଇର ଶିକାର ହୋଇଛନ୍ତି କଟକ ଜିଲ୍ଲାର ଚିତରଞ୍ଜନ ଅଧିକାରି। ଚିତରଞ୍ଜନଙ୍କ ଏକ ସିକ୍ୟୁରିଟି ଏଜେନ୍ସି ଅଛି। ସେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସିକ୍ୟୁରିଟୁ ଗାର୍ଡାଙ୍କୁ ନିଯୁକ୍ତି ଦେବା ପାଇଁ ଟେଣ୍ଡର ନେଇଥାନ୍ତି। ତେବେ କେନ୍ଦୁଝର ମେଡିକାଲ କଲେଜରେ ସିକ୍ୟୁରୁଟି ଗାର୍ଡ ଅବଶ୍ୟକ ପାଇଁ ଟେଣ୍ଡର ହୋଇଥିଲା। ଚିତରଞ୍ଜ ସିକ୍ୟୁରୁଟି ଗାର୍ଡା ନିଯୁକ୍ତି ଦେବା ପାଇଁ ଟେଣ୍ଡର ପକେଇଥିଲେ। ଏକଥା ଅଭିଯୁକ୍ତ ଯଶୋବନ୍ତ ସିଂ ସାମଲ ଜାଣିବା ପରେ ଚିତରଞ୍ଜନଙ୍କୁ ଗୋଟିଏ ନମ୍ବରରୁ କଲ୍ କରିଥିଲେ। ନିଜକୁ ଧରଣୀ ଧର କଲେଜର ହେଡକ୍ଲକ ମିଶ୍ର ବାବୁର ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲେ ମୁଁ ଆପଣଙ୍କର ଟେଣ୍ଡର ପାସ୍ କରାଇ ଦେବି। ଆଉ ସେଥିପାଇଁ ଆପଣ ମୋତେ ୫୦ ହାଜର ଟଙ୍କା ଦେବାକୁ ପଡ଼ିବ। ଚିତରଞ୍ଜନ ଏକଥାରେ ରାଜି ହୋଇ ସେମାନଙ୍କୁ ଦୁଇ କିସ୍ତିରେ ୫୦ ହଜାର ଟଙ୍କା ଦେଇଥିଲେ। ପୋନ୍ପେରେ ୨୫ ହଜାରେ ଓ କ୍ୟାସ୍ ୨୫ ହଜାର ଟଙ୍କା ଦେଇଥିଲେ। ପଇସା ପାଇ ସାରିବା ପରେ ସେମାନେ ଫୋନ୍ ବନ୍ଦ କରିଦେଇ ଥିଲେ। ଏନେଇ ଚିତରଞ୍ଜନ ଅଧିକାରି କେନ୍ଦୁଝର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆଧାରରେ ପୁଲିସ ଜାଣିବାକୁ ପାଇଥିଲାକି ଏଥିରେ ତିନି ଜଣ ଯୁବକ ସମ୍ପୃକ୍ତ ଅଛନ୍ତି। ଏହି ଅଭିଯୁକ୍ତ ମାନେ କେନ୍ଦୁଝରରେ ଘରଭଡ଼ା ନେଇ ରହୁଥିଲେ। ଆଉ ବିଭିନ୍ନ ଅଞ୍ଚଳର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ସଂସ୍ଥା ରେ ଚାକିରି କରାଇ ଦେବା ନାଁ ରେ ୧୭ ଲକ୍ଷ ରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀରେ ଜାଲ ନିଯୁକ୍ତି ପତ୍ର ଜବତ୍ ହେବା ସହିତ ଅନେକ ଜାଲି ଦସ୍ତାବିଜ, ଗୋଟିଏ ଲ୍ୟାପ୍ଟପ୍, ଦୁଇଟି ମୋବାଇଲ, ଗୋଟିଏ ମୋଟର ସାଇକେଲ ଓ ନଗଦ ୨୫ହଜାର ଟଙ୍କା ଜବତ କରିଥିବା କେନ୍ଦୁଝର ଏସପି ଦିଲ୍ଲୀପ ନାୟକ ସୂଚନା ଦେଇଛନ୍ତି।





