ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାସ୍ତାରେ ଅଟକାଇ ମାରପିଟ୍ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ସତ୍ୟନଗରର ବଳରାମ ସେଠୀ(୧୯) ଓ ଭରତପୁର ଶିବ ମନ୍ଦିର ପାଖରେ ରହୁଥିବା ରାମ ଦାସ(୧୯) । ୧୦ ତାରିଖ ରାତିରେ ବଳରାମ ଓ ରାମ ଷ୍ଟୁଡ଼ିଓ ଛକ ଚନ୍ଦକା ରାସ୍ତାର ଭରତପୁର ଛକରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାର୍ପିଟ କରିଥିଲେ । ଏନେଇ ଅନ୍ଧାରୁଆର ସତ୍ୟବ୍ରତ ବେହେରା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପୁଲିସ ବଳରାମ ଓ ରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।






