ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗରି ଥାନା ଅଞ୍ଚଳର ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିବା ନେଇ ଜଣେ ଯୁବକଙ୍କ ନାମରେ ଅଭିଯୋଗ ହୋଇଛି । ମାଲକାନଗିରି ସଦର ବ୍ଲକ ଅଞ୍ଚଳର ଉକ୍ତ ନାବାଳକ ଘର ପାଖ ପଡ଼ିଆରେ ଖେଳୁଥିବା ବେଳେ ଗୋପାଳ ହରିଜନ ନାମକ ଯୁବକ ତାକୁ ଚକଲେଟ୍ର ଲୋଭ ଦେଖାଇ ନିଜ ଘରକୁ ଡାକିନେଇଥିଲା । ପରେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲା । ଏ ବିଷୟରେ ଘର ଲୋକଙ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ନାବାଳକକୁ ଧମକ ଦେଇଥିଲା ଗୋପାଳ । ତେବେ ଏନେଇ ନାବାଳକ ପରିବାର ଲୋକଙ୍କୁ ଜଣାଇବା ପରେ ମଙ୍ଗଳବାର ସନ୍ଧ୍ୟାରେ ପରିବାର ପକ୍ଷରୁ ମାଲକାନଗରି ଥାନାରେ ଏତଲା ଦିଆଯାଇଛି । ପୁଲିସ କେସ୍ ନମ୍ୱର ୨୪୯/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି । ଅଭିଯୁକ୍ତ ଗୋପାଳ ଫେରାର ଥିବା ଜଣାପଡିଛି ।