ନିରାକାରପୁର, (ବାଘୁଆବାର୍ତ୍ତା): ରାମେଶ୍ୱର ଛକରୁ ଗତକାଲି ରାତିରେ ଜଣେ ଦୁର୍ବୃତ୍ତ କିଛି ଦୋକାନରୁ ଚୋରି କରିଥିବାବେଳେ ସିସିଟିଭିରେ ତାର ଚେହେରା କଏଦ ହୋଇଛି । ତେବେ ତା’ର ପରିଚୟ ମିଳିନାହିଁ । ଗତକାଲି ରାତିରେ ପ୍ରସନ୍ନ କୁମାର ସାମନ୍ତରାୟଙ୍କ ରାମେଶ୍ୱର ଛକ କ୍ୟାବିନର ଏକ ଛୋଟ କବାଟ ଭାଙ୍ଗି ତାଙ୍କ ଦୋକାନରୁ ୬ହଜାର ଟଙ୍କା, ସିଗାରେଟ ସମେତ ୨ହଜାରରୁ ଅଧିକ ଟଙ୍କାର ଖୁଚୁରା ପଇସା ଚୋରି ହୋଇଥିଲା । ସେହିପରି ଛକର ଗୋବିନ୍ଦ ସାହୁ, ସର୍ବେଶ୍ୱର ସାହୁ, ମିଟୁ ପଲେଇ ଓ ଶିବୁ ବାରିକଙ୍କ ଦୋକାନର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ସହିତ କିଛି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଚୋରି ଉଦ୍ୟମ କରୁଥିବା ଉକ୍ତ ଯୁବକର ସିସିଟିଭି ଫୁଟେଜ ରାମେଶ୍ୱର ଛକ ଏକ ଦୋକାନରୁ ଦେଖିବାକୁ ମିଳିଛି ।






