Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’କୁ ପିଟି ପିଟି ମାରିଦେଲା ଝିଅ!

by ସଞ୍ଜୟ ସ୍ୱାଇଁ
April 27, 2024
in Crime, State
ମା’କୁ  ପିଟି ପିଟି ମାରିଦେଲା ଝିଅ!
62
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଜନ୍ମଦାତ୍ରୀଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ଝିଅ!ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଭୁବନ ଥାନା ମଝିପାଳ ଗାଁରେ ବାସ କରନ୍ତି ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ। ପୁଅ ଆଲୋକ ଚନ୍ଦ୍ର ଦାଶ ତାଳଚେରରେ ଏକ କମ୍ପାନୀରେ ଚାକିରି କରୁଥିବାରୁ ନିଜ ପରିବାର ସହ ସେଠାରେ ରହୁଛନ୍ତି। ହେଲେ ତାଙ୍କ ମାଆ ଗାଁରେ ନିଜ ମାନସିକ ବିକାର ଗ୍ରସ୍ତ ଭଉଣୀ ଆଶାଲତାଙ୍କ ସହ ରହୁଥିଲେ। ତାଙ୍କର ସବୁ କଥା ବୁଝୁଥିଲେ ଆଲୋକ। ପ୍ରତିଦିନ ଫୋନ୍‌ କରି ତାଙ୍କ ମାଆ ସହ କଥା ହେଉଥିଲେ। ଆଜି ସକାଳେ ଆଲୋକ ନିଜ ମାଆଙ୍କ ପାଖକୁ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ରିସିଭ୍‌ କରିନଥିଲେ। ମନରେ ସନ୍ଦେହ ହେବାରୁ ଗାଁ ନିକଟରେ ବିବାହ କରିଥିବା ଆଉ ଜଣେ ଭଉଣୀଙ୍କୁ ନିଜ ଘରକୁ ପଠାଇଥିଲେ ଆଲୋକ। ସେ ଆସିଲା ବେଳକୁ ଘର ଭିତର ପାର୍ଶ୍ୱରୁ କବାଟ ବନ୍ଦ ଥିଲା। ଆଉ କବାଟରେ ରକ୍ତି ଛିଡ଼ା ଲାଗିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଆଲୋକଙ୍କୁ ସୂଚନା ଦେବା ସହିତ ଗାଁ ଲୋକଙ୍କୁ କହିଥିଲେ। ଖବର ପାଇଁ ଭୁବନ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। କବାଟ ଭାଙ୍ଗି ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଆଶାଲତା ଏକ କାଠ ଫାଳିଆରେ ତାଙ୍କ ମାଆଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ୁଛି। ପୁଲିସ ଶାନ୍ତିଲତାଙ୍କୁ ଅଟକ ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!