Sunday, August 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ବଲପୁର ନୂଆଁଖାଇ ପର୍ବରେ ଜଣେ ଯୁବକଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି

by ସଞ୍ଜୟ ସ୍ୱାଇଁ
September 12, 2021
in Crime, State
ସମ୍ବଲପୁର ନୂଆଁଖାଇ ପର୍ବରେ ଜଣେ ଯୁବକଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି
147
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶନିବାର ପୂରା ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ। ନୂଆଁଖାଇରେ ରକ୍ତରଂଜିତ ହୋଇଛି ସମ୍ବଲପୁର ସହର ଅଇଁଠାପାଲି ଥାନା ଦାନୀପାଲି ମାଟି। ଜଣେ ଯୁବକଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ସବମୁଖର ଥିବା ସହରରେ ହଠାତ୍‌ ଆତଙ୍କ ଖେଳି ଯାଇଥିଲା। ଯୁବକଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ଲୁହରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ତବ୍ଧ ହୋଇଯାଇଛି। କାହାରି ମୁହଁରେ କଥା ନାହିଁ। ଭେଣ୍ଡିଆ ପୁଅକୁ ହରାଇ ବାପା, ମା’ଙ୍କ ଆଖିରୁ ଲୁହ ଶୁଖୁନି। ମୃତକ ହେଲେ ବହିଦାର ବନ୍ଧ ଅଞ୍ଚଳର ସୂରଜ ବାରଙ୍କ ପୁଅ ସୌମ୍ୟରଞ୍ଜନ ବାର୍‌ ଓରଫ୍‌ ସନ୍ନି(୨୧)। ଅପରାହ୍‌ଣରେ ସୂରଜ ଶୋଇଥିଲେ। ହଠାତ ଖବର ଆସିଲା ତୁମ ପୁଅକୁ କିଛି ପିଲା ମାର୍‌ପିଟ୍‌ କରିବାକୁ ଗୋଡ଼ାଇଛନ୍ତି। ନିଦରୁ ଉଠି ଦୌଡ଼ି ଦେଖିଲା ବେଳକୁ ସୌମ୍ୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଥିଲେ। ସୌମ୍ୟଙ୍କୁ ମିଶାଇ ୩ ଭାଇ ଭଉଣୀ, ସୌମ୍ୟ ସବୁଠୁ ବଡ଼ ଥିଲେ। ବଡ଼ ଭାଇକୁ ହରାଇ ସୌମ୍ୟଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ କରିବା ସହ ସୌମ୍ୟଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ କହିବା ଅନୁଯାୟୀ ଶନିବାର ଦିନ ଅପରାହ୍‌ଣ ପ୍ରାୟ ୨ଟା ବେଳେ ସନ୍ନିଙ୍କ ସାଙ୍ଗ ଓ ତାଙ୍କ ସ୍ତ୍ରୀ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଦଶମତୀ ପଡ଼ାର କିଛି ଯୁବକଙ୍କ ସହିତ ତାଙ୍କର ଧକ୍କା ହୋଇଥିଲା। ପରେ ସନ୍ନିଙ୍କ ସାଙ୍ଗ ଓ ଦଶମତୀ ପଡ଼ାର ଯୁବକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହାପରେ ସେ ଏ ବାବଦରେ ସନ୍ନି ଓ ତାଙ୍କର କିଛି ଯୁବକଙ୍କୁ ଏ ବିଷୟରେ କହି ସେଠାକୁ ଡାକିଥିଲେ। ଦଶମତୀ ପଡ଼ାର ପିଲାମାନେ ମଧ୍ୟ ତାଙ୍କର ଆଉକିଛି ସାଙ୍ଗଙ୍କୁ ସେଠାକୁ ଡାକିଦେଲେ। ଫଳରେ ଘଟଣାସ୍ଥଳରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ବଢ଼ିଥିଲା। ଦଶମତୀ ପଡ଼ାର ୧୦ରୁ ଅଧିକ ଯୁବକ ଏକା ବେଳେ ସନ୍ନିଙ୍କୁ ଗୋଡ଼ାଇ ଥିଲେ। ଦାନିବନ୍ଧ ନିକଟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡଙ୍କୁ ଆକ୍ରମଣ କରାଯାଇଥିଲା। ସୌମ୍ୟଙ୍କ ମୁଣ୍ଡ ଓ ଶରୀରରେ ଏକାଧିକ ଆଘାତ ଲାଗିଛି। ଅନ୍ୟପଟେ ଅଇଁଠାପାଲି ଥାନାରେ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଥିବା କିଛି ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!