ନୟାଗଡ, (ବାଘୁଆବାର୍ତ୍ତା): ଶାଶୁଘରୁ ବୋହୁର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ । ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଇକ ସାହିର ପ୍ରଶାନ୍ତ ସ୍ୱାଇଁ ବାଉଁଶଗଡ଼ ଗ୍ରାମର ମଧୁ ପରିଡାଙ୍କ ଝିଅ ଶ୍ରଦ୍ଧା ସ୍ୱାଇଁଙ୍କୁ ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।
ସ୍ୱାମୀ ପ୍ରଶାନ୍ତ ସ୍ୱାଇଁଙ୍କର ଅନ୍ୟ କେଉଁଠି ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ତେବେ ଆଜି ସନ୍ଦେହ ଜନକ ଅବସ୍ଥାରେ ଶ୍ରଦ୍ଧା ସ୍ୱାଇଁଙ୍କର ମୃତ ଦେହ ଘରୁ ଉଦ୍ଧାର କରାଇଥିଲା । ଝିଅର ପରିବାର ଲୋକେ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆଣିଥିବା ବେଳେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ରଣପୁର ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ସ୍ୱାମୀ ପ୍ରଶାନ୍ତ ସ୍ୱାଇଁ ଅଟକ ରଖି ଅଧିକ ତଦନ୍ତ କରୁଛି ।





