Sunday, August 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍

by ସଞ୍ଜୟ ସ୍ୱାଇଁ
September 12, 2021
in Crime, State
ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍
143
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କ ନାଁ ବନ ମହାନନ୍ଦ (୩୯)। ସେ ମୁରିବାହାଲ ବ୍ଳକ କୁର୍ଲୁବାହାଲ ୟୁପିଏସରେ କନିଷ୍ଠ ଶିକ୍ଷକ ଭାବେ କାର୍ୟ୍ୟ କରୁଥିଲେ। ମୁରିବାହାଲ ପୁଲିସ୍ ଗତକାଲି ବନଙ୍କୁ ତାଙ୍କ ନିଜ ଘର ବେଲପଡ଼ା ଥାନା କାନୁଟ ପଞ୍ଚାୟତର ମାଲପଡ଼ା ଗାଁରୁ ଗିରଫ କରିଥିଲା। ମୁରିବାହାଲର ଭାରପ୍ରାପ୍ତ ବିଇଓ ମକୁନ୍ଦ ମହରା ବ୍ଳକର ୪ ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ମଧ୍ୟରେ ବନ ମହାନନ୍ଦଙ୍କ ନାଁ ଥିଲା। ଏହା ପରେ ପୁଲିସ୍ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଟିଟିଲାଗଡ଼ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯାଇଥିଲା। ଏହା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ମୁରିବାହାଲର ଭାରପ୍ରାପ୍ତ ବିଇଓ ଆଉ ଯେଉଁ ତିନି ନକଲି ଶିକ୍ଷକଙ୍କ ନାଁରେ ଏତଲା ଦେଇଛନ୍ତି, ସେମାନେ ହେଲେ- ଦେବଙ୍ଗ ଏନୟୁପିଏସର କନିଷ୍ଠ ଶିକ୍ଷକ ବବୃ ସୁନା, ଗୁଡ଼ିଘାଟ ୟୁପିଏସର କନିଷ୍ଠ ଶିକ୍ଷକ ଉତ୍ତମ ବାରିକ ଓ ଅଣ୍ଡାଲଦୋରୋ ଏନୟୁପିଏସର କନିଷ୍ଠ ଶିକ୍ଷକ ରଞ୍ଜିତ ପ୍ରଧାନ। ଜାଲ୍ ସାର୍ଟିଫିକେଟ୍‌ ଦେଇ ଏମାନେ ଦୀର୍ଘ ବର୍ଷ ହେଲା ଚାକିରି କରୁଥିବା ଭାରପ୍ରାପ୍ତ ବିଇଓ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସେମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ମୁରିବାହାଲ ଆଇଆଇସି ଜ୍ୟୋତିରାଣୀ ଦାସ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!