Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜକୁ ସିବିଆଇ ପୁଲିସ ଓ ଏନସିବି ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଠକ

by ସଞ୍ଜୟ ସ୍ୱାଇଁ
April 23, 2024
in Crime, State
ନିଜକୁ ସିବିଆଇ ପୁଲିସ ଓ ଏନସିବି ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଠକ
46
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଇପିଏସଙ୍କ ନାମରେ ମାତିଛନ୍ତି ସାଇବର ଠକ। କେତେବେଳେ ପୁଲିସର ଭୟ ତ ଆଉ କେତେବେଳେ ସିବିଆଇ ନାଁରେ ବ୍ଲାକମେଲ। NCB ଅଫିସରର ପରିଚୟ ଦେଇ ମାଗୁଛନ୍ତି ଲକ୍ଷାଧିକ ଟଙ୍କା। ନିଆରା ଅନ୍ଦାଜରେ ଅପରେଟ କରୁଛନ୍ତି ସାଇବର ଠକ। ଆପଣ ବି ହୋଇପାରନ୍ତି ଏଭଳି ଠକଙ୍କ ଫୋନ କଲର ଶୀକାର। ଆପଣଙ୍କ ନମ୍ବରକୁ ମଧ୍ୟ ଆସିପାରେ ଏଭଳି ଫୋନ। ନିଜକୁ CBI , NCB ଓ ବରିଷ୍ଠ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରୁଛନ୍ତି ସାଇବର ଠକ। କେତେବେଳେ ଅନଲାଇନ ପାର୍ଷଲରେ ନିଶା ଚାଲାଣର ଭୟ ତ ଆଉ କେବେ ନିଜକୁ ସିନିୟର ଆଇପିଏସ କହି ସାଧାରଣ ଲୋକଙ୍କୁ କରୁଛନ୍ତି ବ୍ଲାକମେଲ। ଆପଣଙ୍କ ପୁଅ ଝିଅ କୌଣସି ପୋଲିସ କେସରେ ଧରା ହୋଇଥିବା ନେଇ ଦେଖାଉଛନ୍ତି ଭୟ। କେହି କେହି ଭୟଭୀତ ହୋଇ ଟଙ୍କା ମଧ୍ୟ ଦେଇ ଦେଉଛନ୍ତି। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲୋକେ। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରିଛି। ଆଉ ଏକ ନୂଆ ଧରଣର ସାଇବର ଠକେଇ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ। ଏକ ଅନଲାଇନ ସପିଂ ସାଇଟରେ ତାଙ୍କର ଆକାଉଣ୍ଟ ଅଛି। କିନ୍ତୁ ତାଙ୍କ ଆକାଉଣ୍ଟର ବ୍ୟବହାର କରି କେହି ଜଣେ ୩୦ ହଜାର ଟଙ୍କାର ସପିଂ କରିଛନ୍ତି। ଯେଉଁ ଟଙ୍କାକୁ କିସ୍ତି ଆକାରରେ ଦେବାକୁ ଏବେ ବାଧ୍ୟ କରାଯାଉଛି। ସେପଟେ ପଞ୍ଜାବର ଜଣେ ଯୁବକ ଯାଜପୁର ଜିଲ୍ଲାରେ କାମ କରୁଥିବା ବେଳେ ତାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। ଅନଲାଇନ ଗେମ ଖେଳୁଥିବା ବେଳେ ସାଇବର ଠକେଇର ଶିକାର ହୋଇଥିବା ସେ କହିଛନ୍ତି। ଭୁବନେଶ୍ୱର, ଡିସିପି, ପ୍ରତୀକ ସିଂ କହିଛନ୍ତି, ର୍ସବୁ ସମୟରେ ସବୁକିଛି ଯାଞ୍ଚ କରି ବ୍ୟବହାର କରିବା ପାଇଁ ପୁଲିସ ପରାମର୍ଶ ଦେଇଛି। ନୂଆ ଧରଣର ସାଇବର ଠକେଇ ନେଇ ଲୋକଙ୍କୁ ସଚେତନ କରାଯାଉଛି। ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ, କହିବା ଅନୁସାରେ ଏବେ ପାକିସ୍ଥାନୀ ନମ୍ବରରୁ କଲ ଆସୁଛି। ଯାହାକି +୯୨ ନମ୍ୱର୍ ବିଶିଷ୍ଟ। ଏହି ନମ୍ବରରେ କଲ ଆସିଲେ ତାହାକୁ ରିଶିଭ ନ କରିବା ପାଇଁ ପରାମର୍ଶ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!