Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବତୀଙ୍କୁ ଗର୍ଭବତୀ କରି ତଣ୍ଟିଚିପି ଦେଲେ, ପୂର୍ବରୁ ଅଛନ୍ତି ଦୁଇଟି ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
April 13, 2024
in Crime, State
ଯୁବତୀଙ୍କୁ ଗର୍ଭବତୀ କରି ତଣ୍ଟିଚିପି ଦେଲେ, ପୂର୍ବରୁ ଅଛନ୍ତି ଦୁଇଟି ସ୍ତ୍ରୀ
159
VIEWS
Share on FacebookShare on Twitter

ବଡ଼ବିଲ, (ବାଘୁଆବାର୍ତ୍ତା): ଘରେ ଦୁଇ ଦୁଇଟି ସ୍ତ୍ରୀ ଥାଇ ବି ମନ ବୁଝିଲାନି। ମିଠା ମିଠା କଥା କହି ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଲେ। ତା’ ପରେ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇଲେ। ଯୁବତୀ ଜଣଙ୍କ ୨ମାସର ଗର୍ଭବତୀ ଥିବା ଜାଣିବା ପରେ ତଣ୍ଟିଚିପି ମାରିଦେଇ ଆତ୍ମହତ୍ୟା ରୁପ ଦେଲା ଅଭିଯୁକ୍ତ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପର୍ଦ୍ଦାଫାସ କରିଛି ବଡବିଲ ପୁଲିସ। ଏହା ହତ୍ୟାକାଣ୍ଡ ହୋଇଥିବା ବେଳେ ପୁଲିସ ଏହି ଘଟଣାର ଅଭିଯୁକ୍ତ ତଥା ମୃତ ଯୁବତୀଙ୍କ ପ୍ରେମୀ ସତ୍ୟବାନ୍ ବେହେରାକୁ ଗିରଫ କରିଛି। ସତ୍ୟବାନର ପୂର୍ବରୁ ଦୁଇଜଣ ସ୍ତ୍ରୀ ରହିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବଡ ଇନ୍ଦୁପୁର ଗ୍ରାମର ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଜଣକ ୨ ମାସର ଗର୍ଭବତୀ ହେବାରୁ ସତ୍ୟବାନକୁ ବିବାହ କରିବାକୁ ଚାପ ଦେଇ ଆସୁଥିଲେ। ହେଲେ ସତ୍ୟବାନ ଯୁବତୀଙ୍କୁ ବିବାହ କରିବାକୁ ଅରାଜି ଥିଲେ। ଏଥିପାଇଁ ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଅଭିଯୁକ୍ତ। ଯୋଜନା ମୁତାବକ ବିବାହର ପ୍ରତିଶ୍ରୁତି ଦେଇ ଏପ୍ରିଲ ୫ ତାରିଖ ରାତିରେ ଅଭିଯୁକ୍ତ ସତ୍ୟବାନ ଯୁବତୀଙ୍କୁ ତାଙ୍କ ଘରୁ ଆଣି ଥିଲା। ବଡବିଲ ଶାନ୍ତବହାଳ ସ୍ଥିତ ଶିବ ମନ୍ଦିରରେ ଦୁହେଁ ରାତ୍ରୀ ଯାପାନ କରିଥିଲେ। ଭୋର୍ ପ୍ରାୟ ୩ଟା ବେଳେ ଅଭିଯୁକ୍ତ ସତ୍ୟବାନ୍ ପ୍ରେମିକାକୁ ଜଟେଶ୍ୱର ମନ୍ଦିର ନିକଟ ଜଙ୍ଗଲକୁ ନେଇଯାଇ ସେଠାରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ସତ୍ୟବାନ୍ ଯୁବତୀଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗିଦେଇ ଫେରାର ମାରିଥିଲା। ୯ ତାରିଖରେ ପୁଲିସ ଯୁବତୀଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରିଥିଲା। ଏହା ସହ ଘଟଣାର ତଦନ୍ତ କରିଥିଲା। ବୁଧବାର ସତ୍ୟବାନ୍ ବେହେରାକୁ ପୁଲିସ ଗିରଫ କରିଥିଲା। ପୁଲିସ ଆଗରେ ସତ୍ୟବାନ ସବୁ ସତ ଓଗାଳିଥିଲା। ପରେ ପୁଲିସ ଅଭିଯୁକ୍ତର ସିନ୍ ରିକ୍ରିଏସନ୍ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!