Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କନ୍ଧମାଳରେ ପ୍ରେମ, କେରଳରେ ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
April 10, 2024
in Crime, State
କନ୍ଧମାଳରେ ପ୍ରେମ, କେରଳରେ ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ
143
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): କନ୍ଧମାଳରେ ପ୍ରେମ । କେରଳରେ ହତ୍ୟା ଆଉ କୋଟଗଡରୁ ଧରା ପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ସାମୁଏଲ ବଡ଼ ମାଝୀ ! ଘର ତାର କୋଟଗଡ ଥାନା ରାଙ୍ଗାପାଙ୍ଗା ଗାଁରେ ବୋଲି ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ପ୍ରେମିକା ଜଣକ ହେଉଛନ୍ତି ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଦୁହେଁ କାମଧନ୍ଦା ଲାଗି ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେମାନେ କାମ ଧନ୍ଦା କରିବା ସହ ହସଖୁସିରେ ଦୁହେଁ ରହି ଆସୁଥିଲେ । ହେଲେ ରିତିକା ସାହୁ ଅନ୍ୟ କାହା ସହିତ ଫୋନରେ ଅଧିକ କଥାବାର୍ତ୍ତା ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲେ । ଏହି ଘଟଣାକୁ ନେଇ ସାମୁଏଲ ବଡ଼ ମାଝୀ ଗତ ୨ ତାରିଖରେ ପ୍ରେମିକା ରିତିକାକୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି କନ୍ଧମାଳକୁ ଫେରିଆସିଥିଲା। ସେଠାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରିତିକାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଜାଣି ପାରି ପରିବାର ଲୋକେ କେରଳ ଯାଇ ସ୍ଥାନୀୟ ଥାନାରେ ଅଭିଯୁକ୍ତ ସାମୁଏଲ ବିରୋଧରେ ଅଭିଯୋଗ କରିଥିଲେ ! କେରଳ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡ଼ ମାଝୀକୁ ଧରିବା ପାଇଁ କନ୍ଧମାଳ ଆସିଥିଲା ! ଆଉ କୋଟଗଡ ପୁଲିସ ସହାୟତାରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କେରଳ ନେଇ ପଳାଇଥିବା ଜଣାଯାଇଛି। କନ୍ଧମାଳରେ ପ୍ରେମ । କେରଳରେ ହତ୍ୟା ଆଉ କୋଟଗଡରୁ ଧରା ପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ସାମୁଏଲ ବଡ଼ ମାଝୀ ! ଘର ତାର କୋଟଗଡ ଥାନା ରାଙ୍ଗାପାଙ୍ଗା ଗାଁରେ ବୋଲି ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ପ୍ରେମିକା ଜଣକ ହେଉଛନ୍ତି ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଦୁହେଁ କାମଧନ୍ଦା ଲାଗି ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେମାନେ କାମ ଧନ୍ଦା କରିବା ସହ ହସଖୁସିରେ ଦୁହେଁ ରହି ଆସୁଥିଲେ । ହେଲେ ରିତିକା ସାହୁ ଅନ୍ୟ କାହା ସହିତ ଫୋନରେ ଅଧିକ କଥାବାର୍ତ୍ତା ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲେ । ଏହି ଘଟଣାକୁ ନେଇ ସାମୁଏଲ ବଡ଼ ମାଝୀ ଗତ ୨ ତାରିଖରେ ପ୍ରେମିକା ରିତିକାକୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି କନ୍ଧମାଳକୁ ଫେରିଆସିଥିଲା। ସେଠାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରିତିକାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଜାଣି ପାରି ପରିବାର ଲୋକେ କେରଳ ଯାଇ ସ୍ଥାନୀୟ ଥାନାରେ ଅଭିଯୁକ୍ତ ସାମୁଏଲ ବିରୋଧରେ ଅଭିଯୋଗ କରିଥିଲେ ! କେରଳ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡ଼ ମାଝୀକୁ ଧରିବା ପାଇଁ କନ୍ଧମାଳ ଆସିଥିଲା ! ଆଉ କୋଟଗଡ ପୁଲିସ ସହାୟତାରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କେରଳ ନେଇ ପଳାଇଥିବା ଜଣାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!