କୋଣାର୍କ, (ବାଘୁଆବାର୍ତ୍ତା): ଶନିବାର ବିଳମ୍ବିତ ରାତ୍ରରେ ପୁରୀ ଜିଲ୍ଲା ଗୋପ ବ୍ଲକ ନିକଟରେ ଥିବା ଆଖଣ୍ଡଳ ମହାଦେବ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ମୂର୍ତ୍ତି ମଧ୍ୟ ନେଇଯାଇଛନ୍ତି । ଶନିବାର ରାତ୍ରରେ କିଛି ଦୁର୍ବୃତ୍ତ ମହାଦେବ ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ପୁରାତନ ମୂର୍ତ୍ତି ତଥା ଅଷ୍ଟଧାତୁରେ ନିର୍ମିତ ନଟରାଜ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ପାର୍ବତୀ ମୂର୍ତ୍ତି ଏବଂ ରାଧା କ୍ରିଷ୍ଣା ମୂର୍ତ୍ତି ଚୋରି କରିନେଇଛନ୍ତି । ଗୋପ ଅଞ୍ଚଳରେ ନିଶା କାରବାର ପ୍ରବଳ ହେଉଥିଲା ବେଳେ ଯୁବ ପିଢ଼ି ନିଶା ଖାଇବା ପାଇଁ ଏପରି କାଣ୍ଡ ବାରମ୍ବାର ଘଟ।ଉଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ରବିବାର ସକାଳେ ମନ୍ଦିରର ପୂଜକ ଚୋରି ହୋଇଥିବା ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଏନେଇ ଜଣାଇଥିଲେ । ଗୋପ ଆଇଆଇସି କାଳନ୍ଦୀ ବେହେରା ସକାଳୁ ଆସି ତଦନ୍ତ କରିବା ସହିତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି । ସିସିଟିଭି ଫୁଟେଜରେ ଆଧାରରେ ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଆଇଆଇସି କହିଛନ୍ତି।






