Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟେସନରୁ ମିଳିଲା ୪ କୋଟି, ୩ ବିଜେପି କର୍ମୀ ଅଟକ

by ସଞ୍ଜୟ ସ୍ୱାଇଁ
April 7, 2024
in Crime, NATIONAL NEWS
ଷ୍ଟେସନରୁ ମିଳିଲା ୪ କୋଟି, ୩ ବିଜେପି କର୍ମୀ ଅଟକ
171
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ନିର୍ବାଚନ ପୂର୍ବରୁ ରେଳଓ୍ୱେ ଷ୍ଟେସନରୁ ମିଳିଲା ପୁଳା ପୁଳା ଟଙ୍କା। ତାମିଲନାଡୁର ରାଜଧାନୀ ଚେନ୍ନାଇର ତାମ୍ବରମ୍‌ ରେଲଓ୍ୱେ ଷ୍ଟେସନରୁ ନଗଦ ୪ କୋଟି ଟଙ୍କା ଜବତ ହୋଇଛି। ୬ଟି ବ୍ୟାଗ୍‌ରେ ଏହି ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ୩ ଜଣଙ୍କ ମଧ୍ୟରେ ଜଣେ ବିଜେପି କର୍ମୀ ମଧ୍ୟ ଅଛନ୍ତି। ଅଟକ ବିଜେପି କର୍ମୀ ଜଣକ ହେଲେ ସତୀଶ। ସେ ଏକ ଘରୋଇ ହୋଟେଲର ମ୍ୟାନେଜର ଭାବେ ମଧ୍ୟ କାମ କରନ୍ତି। ଅନ୍ୟ ଦୁଇ ଜଣେ ହେଲେ ତାଙ୍କ ଭାଇ ନବୀନ ଓ ଡ୍ରାଇଭର ପେରୁମଲ। ଏମାନେ ସମସ୍ତେ ଟ୍ରେନ୍‌ ଯୋଗେ ଥିରୁନେଲଭେଲି ଯାଉଥିବା ବେଳେ ପୁଲିସର ଏକ ଟିମ୍‌ ଚଢ଼ାଉ କରି ଏମାନଙ୍କୁ ଅଟକ ରଖିଛି। ସୂତ୍ରରୁ ପ୍ରକାଶ ଯେ ଥିରୁନେଲଭେଲିରୁ ବିଜେପି ଲୋକସଭା ପ୍ରାର୍ଥୀ ନୈନାୟର ନାଗେନ୍ଦ୍ରନଙ୍କ ଟିମ୍‌ର ନିର୍ଦ୍ଦେଶ ଅନୁଯାୟୀ ସାତୀଶ କାର୍ଯ୍ୟ କରିଥିବା ସ୍ୱୀକାର କରିଛନ୍ତି। ଆୟକର ବିଭାଗକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ଅଧିକ ତଦନ୍ତ ପାଇଁ ଆୟକର ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି। କହିରଖୁ ଯେ, ତାମିଲନାଡୁରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୯ଟି ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳର ନେତାମାନେ ଜୋରସୋରରେ ଲାଗିପଡିଛନ୍ତି। ଉଠୁଛୁ ପଡୁଛି ପ୍ରଚାର ମୈଦାନ। ୧୯ ତାରିଖରେ ଭୋଟିଂ ପରେ ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!