ଭଦ୍ରକ, (ବାଘୁଆବାର୍ତ୍ତା): ବନ୍ଦ ଘର ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ମାମଲା ରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ |ସୂଚନା ମୁତାବକ ମୃତକ ଜଣକ ମଧୁସ୍ମିତା ନାୟକ, ସ୍ବାମୀ ମହୋଶ୍ବର ନାୟକ ଙ୍କ ଘର ତିହିଡି ଥାନା ଅଧୀନ ଗୋଳାପୋଖରୀ ରେ | ସ୍ବାମୀ ମହେଶ୍ବର ନାୟକ ମୁମ୍ବାଇ ରେ ରହି ଚାକିରୀ କରୁଥିବା ବେଳେ ସ୍ତ୍ରୀ ମଧୁମିତା ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀ ରେ ଗତ ୬ ମାସ ହେବ ଭଡା ଘରେ ରହୁଥିଲେ |ସ୍ବାମୀ ବିଗତ ୧୪ ଦିନ ହେବ ସ୍ତ୍ରୀ କୁ ଫୋନ କରିବାରୁ ସ୍ତ୍ରୀ ମଧୁସ୍ମିତା ସ୍ବାମୀ ଙ୍କ ଫୋନ ଉଠାଉ ନଥିଲେ ତେଵେ ସନ୍ଧେହ ହେବାରୁ ପାଖ ପୋଡ଼ସୀ ଙ୍କୁ ମଧ୍ୟ ଫୋନ କରିଥିଲେ କିନ୍ତୁ ବାହାରୁ ଘରେ ଚାବି ପଡ଼ିଥିବା କହିଥିଲେ ପୋଡ଼ସୀ |ତେବେ ସ୍ୱାମୀ ଆସି ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ମାର୍ଚ୍ଚ ୩୦ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିବା ସହ ଏକ ସ୍ୱତନ୍ତ୍ର ଟିମ ଯେଉଁଥିରେ ସିଟି ଡ଼ିଏସପି ଅଂଶୁମାନ ଦି୍ୱେଦି ଙ୍କ ତତ୍ୱାବଧାନରେ ଟାଉନ ଥାନାଧିକାରୀ ଓ ପୁରୁଣାବଜାର ଥାନାଧିକାରୀ ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ତଦନ୍ତ କରୁଥିଲା ପୋଲିସ ଯାହା କି ଏହି ଜଘନ୍ୟ ହତ୍ୟାକାଣ୍ଡ ର ରହସ୍ୟ ଖୋଲିବା ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ଥିଲା |ତେବେ ପୋଲିସ ପ୍ରଥମେ କଲ ଡିଟେଲ ଯାଞ୍ଚ କରି ଗତକାଲି ଚରମ୍ପା ଅଂଚଳରେ ଅଭିଯୁକ୍ତ ଜଣକ ବୁଲୁଥିବା ବେଳେ ମୋବାଇଲ ଟ୍ରାକିଙ୍ଗ ଜରିଆରେ କାବୁ କରିବାରେ ସଫଳ ହୋଇଥିଲା |ତେବେ ଅଭିଯୁକ୍ତ ଙ୍କ ସଙ୍ଗରେ ମଧୁସ୍ମିତା ଙ୍କର ଅନୈତିକ ସମ୍ପର୍କ ୨୦୨୧ ରୁ ରହିଆସିଥିଲା | ସ୍ୱାମୀ ବାହାରେ ରହୁଥିବା ବେଳେ ତାହାର ଫାଇଦା ଉଠାଇଥିଲେ ମଧୁସ୍ମିତା |୨୦୨୧ ଠାରୁ ଅଭିଯୁକ୍ତ ଆଶିଷ ମହାନ୍ତି ନିୟମିତ ଭାବେ ମଧୁସ୍ମିତା ଙ୍କ ସାଙ୍ଗରେ ସମ୍ପର୍କ ରେ ରହୁଥିଲେ |ସୂଚନା ମୁତାବକ ଅଭିଯୁକ୍ତ ଆଶିଷ ଭୁବନେଶ୍ୱର ରେ ଏକ ଘରୋଇ ସ୍କୁଲ ରେ ଫାର୍ମାସିଷ୍ଟ ରୂପେ କାର୍ଯ୍ୟ କରୁଥିବା ବେଳେ ମଧୁସ୍ମିତା ଙ୍କ ପୁଅ ସେଠାରେ ରହି ପାଠ ପଢୁଥିଲେ |ତେବେ କରୋନା ମହାମାରୀ ସମୟରେ ମଧୁସ୍ମିତା ଙ୍କ ପୁଅ ଦେହ ଅସୁସ୍ଥ ହେବାରୁ ଉତ୍ତମ ଚିକିତ୍ସା ପାଇଁ ମଧୁ ଆଶିଷ ସାଙ୍ଗରେ ସବୁବେଳେ ଯୋଗାଯୋଗ ରେ ରହୁଥିଲେ |ସେବେଠାରୁ ବଢିଥିଲା ସମ୍ପର୍କ ଆଉ କଲାକ୍ରମେ ତାହା ପ୍ରେମ ସମ୍ପର୍କ କୁ ବଢିଥିଲା | ଗତ ୧୬ ମାର୍ଚ୍ଚ ରେ ମଧୁସ୍ମିତା ରହୁଥିବା ଭଦ୍ରକ ସହର ଅପାର୍ତିବିନ୍ଧା ନିଉ କଲୋନୀ ରେ ଭଡା ଘରେ ଅପରାହ୍ନରେ ପହଂଚିଥିଲେ ଆଶିଷ ଏବଂ ସବୁଦିନ ଭଳି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ କିନ୍ତୁ ଉଭୟ ଙ୍କ କୌଣସି କାରଣରୁ ବଚସା ହେବାରୁ ଭଡା ଘରେ ଥିବା ଏକ ଟିୱେଲ ପ୍ରାଞ୍ଜଲ ରଡ଼ ସାହାଯ୍ୟରେ ମଧୁସ୍ମିତା ଙ୍କୁ ପିଟି ପିଟି ହତ୍ୟା କରିଥିଲେ ବାହାର ପଟୁ ଚାବି ଦେଇ ପଳାଇଥିଲେ |ତେବେ ଅଭିଯୁକ୍ତ ଆଶିଷ ମହାନ୍ତି ଙ୍କ ଘର ଜଗତସିଂପୁର ଅଗର ଗାଁ ରେ ଯାହା ପୋଲିସ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସିଟି ଡ଼ିଏସପି ଅଂଶୁମାନ ଦିୱେଦି ସୂଚନା ଦେବା ସହ ଆଜି ସେହି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ। କେଶ ନମ୍ବର ୧୭୩/୨୪ ରେ ଅଭିଯୁକ୍ତ ଙ୍କୁ ଗିରଫ ପରେ ପ୍ରଥମେ ଡାକ୍ତରୀ ମଇନା କରି ହତ୍ୟା କରିଥିବା ସ୍ଥାନକୁ ନେଇ ସିନ ରି କ୍ରିଏସନ କରିଥିଲା ପୋଲିସ |ତେବେ ଏଭଳି ଏକ ହତ୍ୟା କାଣ୍ଡ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ହତ୍ୟା ର ଖୁବ କମ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ଯାହା ପୋଲିସ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଭଦ୍ରକ ବାସିନ୍ଦା |





