ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣାଦଶପଲ୍ଲା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଦଶପଲ୍ଲା ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ସୋମବାର ଦିନ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ୍ ଯୁବକ ଜଣକ ଖମାରସାହି ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଦଶପଲ୍ଲାର ଦିବାକର ପରିଡ଼ା (୧୮ବର୍ଷ) ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ, ଯୁବତୀ ଜଣକ ଅପରାହ୍ଣରେ ବାଡ଼ିପଟ ତୋଟା ନିକଟସ୍ଥ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଏଭଳି ଅସଦାଚରଣ ଘଟଣା ନେଇ ଅଭିଯୋଗ ହୋଇଥିଲା। ଏଥିନେଇ ଥାନା ଅଧିକାରୀ ମୁକେଶ୍ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ପୋଲିସ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।





