Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଆଖିରେ ଧୂଳିଦେଇ ବୁଲୁଥିଲେ ଖୁଲମଖୁଲା, ୫ ଡକାୟତ, ୨୫ ମାମଲା

by ସଞ୍ଜୟ ସ୍ୱାଇଁ
March 28, 2024
in Crime, State
ପୁଲିସ ଆଖିରେ ଧୂଳିଦେଇ ବୁଲୁଥିଲେ ଖୁଲମଖୁଲା, ୫ ଡକାୟତ, ୨୫ ମାମଲା
133
VIEWS
Share on FacebookShare on Twitter

ଜଟଣୀ, (ବାଘୁଆବାର୍ତ୍ତା): ବ୍ୟବସାୟୀଙ୍କୁ ଲୁଟିବା ପାଇଁ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ଟଙ୍କା ନେଇ ଆସୁଥିବା ବେଳେ, ରାସ୍ତା ଉପରୁ ଉଠାଇ ନେବାକୁ ହୋଇଥିଲା ଯୋଜନା । ଗାଡିକୁ ବୋମାରେ ଉଡାଇ ଟଙ୍କା ଧରି ଛୁ ମାରିବା ପାଇଁ ସରିଥିଲା ରିହଲସଲ । ଜଟଣୀ ବେଣାପଞ୍ଜୁରୀ ପାଣିଟାଙ୍କିରେ ଏହି ଡକାୟତି ଯୋଜନା ବାବଦରେ ଜାଣିବା ପରେ, ଘଟଣାସ୍ଥଳରେ ପହଁଚିଥିଲା ପୁଲିସ । ଡକାୟତ ମାନେ ସେମାନଙ୍କ ଅପରେସନ୍ ଆରମ୍ଭ କରିବା ପୂର୍ବରୁ ଏହି ଗ୍ୟାଙ୍ଗକୁ ଠାବ କରିଥିଲା ପୁଲିସ । ଡକାୟତି ଯୋଜନା ପଣ୍ଡ କରିବା ସହ ସେମାନଙ୍କୁ କାବୁ କରି ବଡ଼ ସଫଳତା ପାଇଛି ଜଟଣୀ ପୁଲିସ । ଅଭିଯୁକ୍ତ ମାନେ ହେଉଛନ୍ତି- ଜଟଣୀ ବେଣାପଞ୍ଜୁରୀର ମହମ୍ମଦ ଅରବାଜ, ସରିଫ ଖାନ୍, ଶେଖ ଇସତାକ ମହମ୍ମଦ , ଦିପ୍ତିରଂଜନ ଭୁଜବଳ ଏବଂ ସୁମନ୍ତ ପାତ୍ର । ଗିରଫ ହୋଇଥିବା ଏହି ୫ ଡକାୟତଙ୍କ ଅପରାଧର ତାଲିକା ବେଶ ଲମ୍ବା । ଦିପ୍ତିରଂଜନ ନାଁରେ ହତ୍ୟା, ବନ୍ଧୁକ କାରବାର ଏବଂ ଗଞ୍ଜେଇ ଚାଲଣ ଭଳି ସଙ୍ଗୀନ ମାମଲା ରହିଛି । ସେହିପରି ସୁମନ୍ତ ନାଁରେ ବୋମା ଭିଡ଼ିବା, ବୋମାମାଡ ଭଳି ସଙ୍ଗୀନ ଅଭିଯୋଗ ରହିଛି । ହତ୍ୟାକାଣ୍ଡ, ଡକାୟତି, ଛିନତାଇ, ବନ୍ଧୁକ କାରବାର, ବୋମାମାଡ ଭଳି ମୋଟ ୨୫ରୁ ଅଧିକ ମାମଲା ରହିଥିବା କହିଛି ପୁଲିସ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରକୁ ଅପରାଧ ଓ ଅପରାଧୀମୁକ୍ତ କରିବାକୁ ଯୋଜନା କରିଛି କମିସନରେଟ ପୁଲିସ । ବଡ ବଡ ଅପରାଧୀ, ଦାଗୀଙ୍କୁ ବାନ୍ଧି ଜେଲ ପଠାଇବା ସହ ଅଭ୍ୟାସଗତ ଅପରାଧୀଙ୍କୁ ତଡିପାର ପାଇଁ ଯୋଜନା ଚାଲିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!