Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋହୂ ହତ୍ୟା ନେଇ ଥାନାରେ ଏତଲା ଦେଲେ ପୁଅର ମା’

by ସଞ୍ଜୟ ସ୍ୱାଇଁ
July 8, 2021
in Crime, State
ବୋହୂ ହତ୍ୟା ନେଇ ଥାନାରେ ଏତଲା ଦେଲେ ପୁଅର ମା’
221
VIEWS
Share on FacebookShare on Twitter

ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ନିଜ ପୁଅ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। ଏହି ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଘର ଭିତରୁ ଦୀପିକା ତରାଇ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଶାଶୂ ଶ୍ରୀମତୀ ବାଇ ଆଣିଛନ୍ତି ଏହି ଅଭିଯୋଗ। ପରକୀୟା ପ୍ରୀତି ପାଇଁ ତାଙ୍କ ପୁଅ ଦେବାଶିଷ ବାଇ ହିଁ ବୋହୂ ଦୀପିକାଙ୍କୁ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଛନ୍ତି। ଶ୍ରୀମତୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଦୀପିକାଙ୍କୁ ତାଙ୍କ ପୁଅ ଦେବଶିଷ ଭଲ ପାଇ ବିବାହ କରିଥିଲା। ବିବାହ ପରେ ତା’ର ଅନ୍ୟ ମହିଳାଙ୍କ ସହିତ ଖରାପ ସଂପର୍କ ଥିଲା। ସେ ଓ ତାଙ୍କ ବୋହୂ ଏ ସଂପର୍କରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଏପରିକି ସେ ଏନେଇ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀମତୀ ଅଭିଯୋଗ କରିଛନ୍ତି ଯେ ପ୍ରତିହିଂସା ପରାୟଣ ହୋଇ ଦେବାଶିଷ ତାଙ୍କୁ ଓ ତାଙ୍କ ବୋହୂ ଦୀପିକାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ତାଙ୍କୁ ଘରୁ ତଡ଼ି ଦେଇଥିଲା। ଫଳରେ ସେ ପାଖରେ ଅନ୍ୟ ଜଣଙ୍କ ଘରେ ରହି ଆସୁଛନ୍ତି। ତାଙ୍କ ପୁଅର ଘର ପାଖରେ ଜଣେ ମହିଳାଙ୍କ ସହିତ ସଂପର୍କ ଅଛି। ସେହି ମହିଳାଙ୍କ ପ୍ରରୋଚନାରେ ପୁଅ ତା’ସ୍ତ୍ରୀ ଦୀପିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲା। ଉକ୍ତ ମହିଳା ସହିତ ଦେବାଶିଷକୁ ଅସଂଯତ ଅବସ୍ଥାରେ ଦୀପିକା ଦେଖି ଦେବାରୁ ତାକୁ ହତ୍ୟା କରି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କ ସହଯୋଗରେ ଦୀପିକାଙ୍କୁ ଦେବାଶିଷ ହତ୍ୟା କରିଥିବା ଶ୍ରୀମତୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏପରିକି ଉକ୍ତ ମହିଳାଙ୍କ ସ୍ୱାମୀ ବି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସେ ଦର୍ଶାଇଛନ୍ତି। ଦୀପିକାଙ୍କୁ ହତ୍ୟା କରାଯାଇ ପଙ୍ଖାରେ ଝୁଲାଇ ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଥିବା ବେଳେ ଶତାଧିକ ମହିଳା ଥାନା ମଧ୍ୟ ଘେରାଉ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!