Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇ ଧରିଲା ୨୫ ହଜାର କେଜି ଡ୍ରଗ୍ସ

by ସଞ୍ଜୟ ସ୍ୱାଇଁ
March 22, 2024
in Crime, NATIONAL NEWS
ସିବିଆଇ ଧରିଲା ୨୫ ହଜାର କେଜି ଡ୍ରଗ୍ସ
132
VIEWS
Share on FacebookShare on Twitter

ବିଶାଖାପଟନ, (ବାଘୁଆବାର୍ତ୍ତା): ବିଶାଖାପଟନ ବନ୍ଦରରୁ ଧରା ପଡ଼ିଛି ୨୫ ହଜାର କେଜି ଓଜନର ଡ୍ରଗ୍ସ। ବିଶାଖାପଟନମ କଷ୍ଟମ୍ସ ବିଭାଗ ସହାୟତାରେ ସିବିଆଇ ଏତେ ପରିମାଣର ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ କରିଛି। ଏଥିସହ କଣ୍ଟେନର ଜବତ କରିଛି। ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଡ୍ରଗ୍ସ ରାକେଟକୁ ଧରିବା ପାଇଁ ‘ଅପରେସନ୍ ଗରୁଡ’ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଇଣ୍ଟରପୋଲଠାରୁ ମିଳିଥିବା ସୂଚନା ଆଧାରରେ ସିବିଆଇ ଏତେ ପରିମାଣର ଡ୍ରଗ୍ସକୁ ଜବତ କରିବାରେ ସମର୍ଥ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୨୫ ହଜାର କେଜି ଓଜନର ଡ୍ରଗ୍ସ ଗୋଟିଏ କଣ୍ଟେନରରେ ବିଶାଖାପଟନ ପହଞ୍ଚିଥିଲା। ଏହି କଣ୍ଟେନରକୁ ବ୍ରାଜିଲର ସନ୍ତୋଷ ବନ୍ଦରରୁ ବିଶାଖାପଟନମର ଏକ ଘରୋଇ କମ୍ପାନୀ ନାଁରେ ବୁକ୍ କରାଯାଇଥିଲ। ଏହାକୁ ପଠାଇଥିବା ବ୍ୟକ୍ତି କହିଥିଲେ ଯେ କଣ୍ଟେନର୍‌ରେ ୨୫ କେଜି ଓଜନର ୧୦୦୦ଟି ବ୍ୟାଗରେ ଶୁଖିଲା ଔଷଧୀୟ ସାମଗ୍ରୀ ରହିଛି। ଏହାର ମୋଟ ଓଜନ ୨୫ ହଜାର କେଜି। କଣ୍ଟେନର ଏଠାରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଶୁଖିଲା ଔଷଧ ବଦଳରେ ବ୍ୟାଗଗୁଡ଼ିକରରେ ଡ୍ରଗ୍ସ ରହିଥିବା ଜଣାପଡ଼ିଛି। ଏହାପରେ ଏହାକୁ ଜବତ କରାଯାଇଛି। ଏଥିସହ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା କରାଯାଇଛି। ଏତେ ପରିମାଣରେ ଡ୍ରଗ୍ସ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶରୁ ଜବତ କରାଯାଇଛି ଓ ସିବିଆଇ ବର୍ତ୍ତମାନ ଏହାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!