Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁଟେରା ନେଇଗଲେ ୫ ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
March 20, 2024
in Crime, State
ଲୁଟେରା ନେଇଗଲେ ୫ ଲକ୍ଷ ଟଙ୍କା
134
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଆଜି କନିଶି ଅଞ୍ଚଳର କୃଷ୍ଣ ମହାରଣା ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କ ବାଇକ୍ ଡିକିରେ ରଖିଥିଲେ। ଏହା ପରେ ବାଇକ୍‌କୁ ରାସ୍ତା ଉପରେ ରଖି ନିକଟରେ ଥିବା ଏକ ଦୋକାନରେ ଚା’ ପିଉଥିବା ବେଳେ ତାଙ୍କ ଡିକିରୁ ଟଙ୍କା ଲୁଟ୍ ହୋଇଥିଲା। ଏହି ଲୁଟ୍‌ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସେଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଏପଟ ସେପଟ ଦେଖି ରାସ୍ତା ଉପରେ ଥିବା କୃଷ୍ଣ ମହାରଣାଙ୍କ ବାଇକ୍‌ ପାଖକୁ ଆସି ଡିକିକୁ କୌଣସି ଏକ ଚାବି ବା ସେଭଳି କିଛି ଜିନିଷ ଦ୍ଵାରା ଖୋଲି ସେଥିରେ ଏକ ଜରି ବ୍ୟାଗ୍‌ରେ ଥିବା ଟଙ୍କା ନେଇ ପଳାଇ ଯାଉଛି। ସେ ଡିକିରୁ ଟଙ୍କା ବାହାର କରିବା ପୂର୍ବରୁ କୃଷ୍ଣ ମହାରଣାଙ୍କ ବାଇକ ପାଖରେ ଆଉ ଜଣେ ବ୍ୟକ୍ତି ବାଇକ୍‌ରେ ଆସି ଅପେକ୍ଷା କରି ରହିଥିଲେ। ଡିକିରୁ ଟଙ୍କା ନେଇ ଉକ୍ତ ଲୁଟେରା ସେହି ବାଇକ୍‌ରେ ବସି ଫେରାର ହୋଇଯାଇଥିଲେ। ସିସିଟିଭି ଦୃଶ୍ୟକୁ ଦେଖିଲେ ଲାଗୁଛି ଲୁଟେରାମାନେ କୃଷ୍ଣ ମହାରଣାଙ୍କୁ ଅନୁକରଣ କରୁଥିଲେ। ତାଙ୍କ ଡିକିରେ ଟଙ୍କା ଥିବା କଥା ସେମାନେ ଜାଣିଥିଲେ। ଏମିତିକି କୃଷ୍ଣ ମହାରଣା ଚା’ ପିଉଥିବା ବେଳେ ତାଙ୍କ ଉପରେ ଲୁଟେରାମାନେ ନଜର ରଖିଥିଲେ ଓ ମଉକା ପାଇ ଟଙ୍କା ଲୁଟି ନେଇଥିଲେ। ଆଜିର ଏହି ଘଟଣାଟି ଆଦୌ ବିରଳ ନୁହେଁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କା ଉଠାଇ ଅଚିନ୍ତାରେ ବାଇକ୍ ବା ସ୍କୁଟି ଡିକିରେ ରଖି କିଏ ଜଳଖିଆ ଖାଇବା ପାଇଁ ଚାଲି ଯାଉଛନ୍ତି ତ କିଏ ଅଲଗା କିଛି କିଣାକିଣି କରିବା ପାଇଁ ଚାଲି ଯାଉଛନ୍ତି ଏବଂ ଏଭଳି ଘଟଣାମାନ ଘଟୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!