ଭୁବନେଶ୍ୱର, (ବାଘୁଆବାର୍ତ୍ତା): ତ୍ରିକୋଣୀୟ ପ୍ରେମକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ମାରିଦେଲେ ପ୍ରେମିକା-ପ୍ରେମିକ । ଚିନ୍ତାମଣିଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା । ଜଣେ ଯୁବତୀଙ୍କ ସହ କଥା ହେଉଥିବା ବେଳେ ଯୁବକଙ୍କୁ ହତ୍ୟା । ପୂର୍ବତନ ପ୍ରେମିକ ଆକ୍ରମଣ କରିଥିବା ସୂଚନା । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିବା ପରେ ପୋଲିସର ତନାଘନା ଜାରି ।





