Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଢେଙ୍କାନାଳ ନାବାଳିକା ଛାତ୍ରୀ ବୀଭତ୍ସ ହତ୍ୟା, ୨ ଗିରଫ

by ସଞ୍ଜୟ ସ୍ୱାଇଁ
March 5, 2024
in Crime, State
ଢେଙ୍କାନାଳ ନାବାଳିକା ଛାତ୍ରୀ ବୀଭତ୍ସ ହତ୍ୟା, ୨ ଗିରଫ
104
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଚର୍ଚ୍ଚିତ ଢେଙ୍କାନାଳ ନାବାଳିକା କଲେଜ ଛାତ୍ରୀ ହତ୍ୟା ଘଟଣାର ୪ ଦିନ ପରେ ଅତି ରହସ୍ୟ ଜନକ ଭାବେ ହତ୍ୟା ରହସ୍ୟ ପଦାକୁ ଆଣିଛି ଢେଙ୍କାନାଳ ପୋଲିସ । ଢେଙ୍କାନାଳ ଏସପିଙ୍କ ପକ୍ଷରୁ ଏକ ପ୍ରେସମିଟରେ ଏହି ହତ୍ୟାକାଣ୍ଡର କାହାଣୀ ବଖାଣିଛନ୍ତି ଏସପି ମଡକର ସନ୍ଦୀପ ସମ୍ପଦ । ମୃତ ଛାତ୍ରୀର ପରିବାର ସହିତ ବଡ ବାପାଙ୍କ ପରିବାରର ଜାଗା ବାଡ଼ି ବିବାଦ ରହିଥିଲା । ଏଥିପାଇଁ ପ୍ରତିଶୋଧ ପରାୟଣ ହୋଇ ମୃତ ଛାତ୍ରୀଙ୍କ ବଡ ବାପା ପୁଅ ଭାଇ ନାରାୟଣ ସାହୁ ଓ ତାର ଜଣେ ସାଥି ତାଙ୍କ ଗ୍ରାମର ବିଜୟ ବେହେରା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ମୃତ ଛାତ୍ରୀଙ୍କ ବାପା ବିରୋଧ କରିବାରୁ ଗିରଫ ବିଜୟ ବେହେରା ଏକ ଇନ୍ଦିରା ଆବାସ ଘର ପାଇବାରୁ ବଞ୍ଚିତ ଯୋଗୁଁ ବିଜୟ ସହ ମୃତ ଛାତ୍ରୀଙ୍କ ବାପାଙ୍କ ସହିତ ଶତ୍ରୁତା ରହିଥିଲା । ଫଳରେ ବିଜୟ ବେହେରା ଓ ଛାତ୍ରୀଙ୍କ ଭାଇ ନାରାୟଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଘଟଣା ଦିନ ବିଜୟ ଛାତ୍ରୀଙ୍କୁ ତାର ବାଇକ୍ ଯୋଗେ ବସାଇ ଆଣି ତାଙ୍କୁ ଘଟଣାସ୍ଥଳରେ ଅତି ବୀଭତ୍ସ ଭାବେ ପଥରେ ଛେଚି ଛେଚି ହତ୍ୟା କରିଥିଲେ । ଉଭୟଙ୍କ ରକ୍ତଲଗା ପୋଷାକ ପରେ ପୋଲିସର ହସ୍ତଗତ ହୋଇଛି ବୋଲି ଏସପି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ମୁତାବକ ସିସିଟିଭି ଫୁଟେଜ ଓ କେତେକ ତଥ୍ୟ ଆଧାରରେ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହାର ଦୁଇଟି ରକ୍ତ ଲାଗ ପଥର ଓ ବାଇକ ଜବତ କରିଛି ପୋଲିସ । ମାତ୍ର ଏହାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ଖୋଦ ହତ୍ୟାକାଣ୍ଡର ଅଭିଯୋଗକାରୀ ଅର୍ଥାତ ମୃତ ଛାତ୍ରୀର ବାପା ଓ ତାଙ୍କ ବଡ଼ ଭାଇ ଅର୍ଥାତ ହତ୍ୟାକାଣ୍ଡରେ ଗିରଫ ନାରାୟଣର ବାପା । ପୋଲିସ ତାଙ୍କ ଝିଅ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟକୁ ଲୁଚାଇ ପ୍ରକୃତ ହତ୍ୟାକାରୀମାନଙ୍କୁ ଖସାଇବାକୁ ଯାଇ ତାଙ୍କ ପୁତୁରାକୁ ଫସାଇଛି ବୋଲି ପାଲଟା ଅଭିଯୋଗ ଉଠାଇଛନ୍ତି । ଆମ୍ଭ ପରିବାରରେ ସେପରି କିଛି ଜମି ଜମା ବିବାଦ ନାହିଁ ଓ ଆମ୍ଭେ ତିନି ଭାଇ ବହୁତ ଭଲ ସଂପର୍କ ବୋଲି କହିଛନ୍ତି । ପ୍ରକୃତ ହତ୍ୟାକାରୀକୁ ଗିରଫ କରି ଆମ୍ଭକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । ଫଳରେ ଏହି ହତ୍ୟା ଘଟଣାରେ ପୋଲିସ ଉନ୍ମୋଚନ କରିଥିବା ହତ୍ୟା ରହସ୍ୟ ବେଶ ରହସ୍ୟମୟ ହୋଇପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖରେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଅଂଚଳର ଢେଙ୍କାନାଳ ମହିଳା କଲେଜର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଘରୁ କୋଚିଂ ସେଣ୍ଟରକୁ ଆସି ଆଉ ଫେରି ନଥିଲେ । ଉକ୍ତ ଦିନ ସନ୍ଧ୍ୟାରେ ପରିବାର ପକ୍ଷରୁ ଟାଉନ ଓ ସଦର ଥାନାରେ ଲିଖିତ ଭାବେ ଜଣାଇଥଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇନଥିଲା । ମାତ୍ର ତା ପରଦିନ ତାଙ୍କ ଢେଙ୍କାନାଳ ଭାପୁର ମୁଖ୍ୟ ରାସ୍ତା ପାର୍ଶ୍ୱ ଅର୍ଥାତ ତାଙ୍କ ଘର ଠାରୁ କିଛି ଦୂରରେ ତାଙ୍କ ମୃତଦେହ ମିଳିଥିଲା । କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଅତି ବୀଭତ୍ସ ଭାବେ ଛେଚି ଛେଚି ହତ୍ୟା କରିଥିଲେ । ହତ୍ୟା ପରେ ମୃତଦେହକୁ ଘୋଷାରି ଘୋଷାରି ବୁଦୁ ବୁଦିଆ ଜଙ୍ଗଲକୁ ଫୋପାଡ଼ି ଦେଇଥିଲେ । ପାଖରେ ବ୍ୟବହୃତ ଓ ଏକ ସିଲ୍ ମାଡ଼ ବୋତଲ ପଡିଥିବା ଦେଖା ଯାଇଥିବାରୁ ହତ୍ୟାକାଣ୍ଡରେ ଅନ୍ୟୁନ ତିନି ଚାରି ଜଣ ଓ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!