Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନିପର୍ସରୁ ମହାଭାରତ, ଯୁବକଙ୍କୁ ହତ୍ୟା

by ସଞ୍ଜୟ ସ୍ୱାଇଁ
March 3, 2024
in Crime, State
ମନିପର୍ସରୁ ମହାଭାରତ, ଯୁବକଙ୍କୁ ହତ୍ୟା
77
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ମନିପର୍ସରୁ ମହାଭାରତ। ଯୁବକଙ୍କୁ ହତ୍ୟା। ଘଟଣାଟି ଘଟିଛି ବାରିପଦା ସୁନଗଡ଼ିଆରେ। ଗତକାଲି ଦ୍ୱିପହରେ ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରୁ ରାମଚନ୍ଦ୍ର ମୁଖି ନାମକ ଜଣେ ଯୁବକ ଏକ ମନିପର୍ସ ପାଇଥିଲେ। ପରେ କିଛି ଯୁବକ ସେଠାରେ ପହଞ୍ଚି ପର୍ସଟି ସେମାନଙ୍କର ବୋଲି ଦାବି କରିଥିଲେ। ରାମଚନ୍ଦ୍ର ପର୍ସଟିକୁ ସେମାନଙ୍କୁ ଫେରାଇ ଦେଇଥିଲେ। ତେବେ ଗଣ୍ଡଗୋଳ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଉକ୍ତ ଯୁବକମାନେ ଦାବି କରିଥିଲେ ଯେ ପର୍ସଟିରେ ୧୩୫୦ ଟଙ୍କା ଥିଲା। ରାମଚନ୍ଦ୍ର ମୁଖି ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ପର୍ସରେ ୫୫୦ ଟଙ୍କା ଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏମିତିକି ମାରପିଟ ମଧ୍ୟ ହୋଇଥିଲେ। ଏହା ପରେ ଉକ୍ତ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ତେବେ ସନ୍ଧ୍ୟା ବେଳେ ରାମଚନ୍ଦ୍ର ମୁଖି ଘରକୁ ଫେରୁଥିବା ବେଳେ ମନିପର୍ସ ନେଇଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ରାମଚନ୍ଦ୍ର ମୁଖିଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଶହ ଶହ ଲୋକେ ଟାଉନ ଥାନା ସାମ୍ନାରେ ଆସି ରୁଣ୍ଡ ହୋଇଥିଲେ। ସେଠାରେ ପୁଲିସ୍ ଓ ଲୋକଙ୍କ ମଧ୍ୟର ଠେଲାପେଲା ସ୍ଥିତି ଉପୁଜିଥିଲା। ପୁଲିସ୍ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାରେ ପୁଲିସ୍ କିଛି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!