ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଅଳଙ୍କାର ଦୋକାନରୁ ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ଗୋଟିଏ ଡକାୟତି ଗ୍ୟାଙ୍ଗର ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ଡକାୟତିରେ ବ୍ୟବହାର ହୋଇଥିବା ୨ଟି ବାଇକ୍, ଟି ବନ୍ଧୁକ, ୨ଟି ମାରଣାସ୍ତ୍ର ସହ ନଗଦ ୯ ହଜାର ଟଙ୍କାକୁ ଉଦ୍ଧାର କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ସଞ୍ଜୟ ସାହା ଓ ବଲାଙ୍ଗୀର ଜିଲ୍ଲାର ମୂଳ ବାସିନ୍ଦା ବର୍ତ୍ତମାନ ସମ୍ବଲପୁର ଅନୁଗୁଳିଆ ପଡ଼ାରେ ରହୁଥିବା ଟିକେଶ୍ଵର ସାହୁ । ଏହି ଡକାୟତି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ନାମରେ ସମ୍ବଲପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ବିଭିନ୍ନ ଥାନାରେ ବିଭିନ୍ନ ଅପରାଧିକ ମାମଲା ମାନ ରୁଜ୍ଜୁ ଥିବା ନେଇ ସମ୍ବଲପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ତେବେ ପୋଲିସ ଦ୍ୱାରା ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତ ବିହାର ରାଜ୍ୟର ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।





