ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ଡକାୟତି ଗ୍ୟାଙ୍ଗ । ତିନି ଅଭିଯୁକ୍ତକୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଦୁଇଟି ଜୀବନ୍ତ ବୋମା, ଦୁଇଟି ଟର୍ଚ୍ଚ ଲାଇଟ, ମୁହଁ ମୁଖା ଜବତ ହୋଇଛି । ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ବ୍ରହ୍ମପୁର ବଡବଜାର ଥାନା ହରାଡାଖଣ୍ଡି ପୋଖରୀ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଲେ ଅଭିଯୁକ୍ତ । ଗିରଫ ତିନି ଜଣ ହେଲେ ରାଜା ଓରଫ ଅମିତ ନାୟକ, ଏସ୍.କେ. ଅସିଫ ଏବଂ ପୋଦା ରାମ ଓରଫ ରାମ ପାତ୍ର । ଗିରଫ ତିନି ଜଣଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । ଏ ନେଇ ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି ।





