Sunday, August 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୬୦ ହଜାର ଟଙ୍କା ଲୁଟିନେଲେ ୨ ଜଣ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
September 11, 2021
in Crime, State
ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୬୦ ହଜାର ଟଙ୍କା ଲୁଟିନେଲେ ୨ ଜଣ ଦୁର୍ବୃତ୍ତ
408
VIEWS
Share on FacebookShare on Twitter

ବାଲିପାଟଣା, (ବାଘୁଆବାର୍ତ୍ତା): ଜଣେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି । ଆମେଣାକୁଦ ବାଙ୍କୁଆ କେନାଲ ବନ୍ଧରେ ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀ ହେଲେ ନିମାପଡ଼ାସ୍ଥିତ ଫୁଲର୍ଟନ୍‌ ଇଣ୍ଡିଆ କ୍ରେଡିଟ୍‌ କମ୍ପାନିର ଶିବଶଙ୍କର ସ୍ୱାଇଁ । ଦୁଇ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ତାଙ୍କ ଠାରୁ ପ୍ରାୟ ୬୦ ହଜାର ଟଙ୍କା, ଟାବ୍‌ଲେଟ ଓ କାଗଜପତ୍ର ଥିବା ବ୍ୟାଗ୍‌ ନେଇ ଯାଇଛନ୍ତି । ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ଶିବଶଙ୍କର ବିଭିନ୍ନ ମହିଳା ଗ୍ରୁପ୍‌ର ଟଙ୍କା ଆଦାୟ କରି ବାଇକ୍‌ ଯୋଗେ ନିମାପଡ଼ା ଫେରୁଥିଲେ । ଆମେଣାକୁଦ ନୂଆଗାଁ ରାସ୍ତାରେ ବାଙ୍କୁଆ କେନାଲ ବନ୍ଧ ଉପରେ ଏକ ନିଛାଟିଆ ସ୍ଥାନରେ କଳା ପଲ୍‌ସରରେ ୨ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବ୍ୟାଗ୍‌ ଦେବାକୁ ଧମକ ଦେଇଥିଲେ । କିନ୍ତୁ ସେ ବ୍ୟାଗ୍‌ ନଦେବାରୁ ବାଇକ୍‌ ପଛ ସିଟ୍‌ରେ ବସିଥିବା ଦୁର୍ବୃତ୍ତ ତାଙ୍କ ବାମ ହାତକୁ ଭୁଜାଲିରେ ଆକ୍ରମଣ କରିଥିଲା । ଭୟଭୀତ ହୋଇ ଶିବ ବ୍ୟାଗ୍‌କୁ ଦୁର୍ବୃତ୍ତଙ୍କ ହାତକୁ ବଢ଼ାଇ ଦେଇଥିଲେ । ବ୍ୟାଗ୍‌ରେ ୫୯ ହଜାର ୬୯୦ ଟଙ୍କା, ଟାବ୍‌ଲେଟ, ବ୍ଲୁ ଟୁଥ ପ୍ରିଣ୍ଟର, ରସିଦ ବହି, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାନ କାର୍ଡ, ଏଟିଏମ୍‌ ଓ ବାଇକ୍‌ର ଆର୍ସି ବୁକ୍‌ ପ୍ରଭୃତି ଅନେକ କାଗଜପତ୍ର ଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!