ବ୍ରହ୍ମପୁର, (ବାଘୁଆବାର୍ତ୍ତା): କାଜୁତୋଟାରୁ ଗଳିତ ମୃତଦେହ ଉଦ୍ଧାର । ମୃତଦେହଟି ୪ ରୁ ୫ ଦିନ ହେବ ପଡି ରହିଥବା ଅନୁମାନ । ମୃତଦେହଟିର ପରିଚୟ ଏଯାଏଁ ମିଳିପାରିନି । ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଗଞ୍ଜାମ ଆସିକା ଥାନା କୋଟିବାଡି ଗ୍ରାମର ବଡ଼ନଦୀ ନିକଟରେ ଥିବା କାଜୁତୋଟାରେ ପଡିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ । ମୃତଦେହଟି କୌଣସି ଏକ ବ୍ୟକ୍ତିର ହୋଇଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ୪ରୁ୫ ଦିନର ହୋଇଥିବା ଅନୁମାନ କରାଯାଉଛି । ଏତେ ଦିନରୁ ପଡିରହିଥିବାରୁ ମୃତଦେହଟି ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ତେବେ ମୃତଦେହ ପଡିଥିବା କିଛି ଦୁରରେ ଏକ ବାଇକ ପଡିଛି । ଯାହା ଅନୁମାନ କରାଯାଉଛି, କେହି ହତ୍ୟା ପରେ ଫୋପାଡିଦେଇଛି ।





