Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ ବିଭାଗର ସ୍ପେଶାଲ୍ ଟିମ୍‌କୁ ସଫଳତା

by ସଞ୍ଜୟ ସ୍ୱାଇଁ
February 17, 2024
in Crime, State
ବନ ବିଭାଗର ସ୍ପେଶାଲ୍ ଟିମ୍‌କୁ ସଫଳତା
78
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଛକ ନିକଟରୁ କେନ୍ଦୁ କାଠ ଜବତ । ଗୋଟିଏ ଟ୍ରକ୍ ସହିତ ୪୦ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୌଦ୍ଧ ବନବିଭାଗ । ବୌଦ୍ଧ ବନବିଭାଗର ସ୍ପେଶାଲ୍ ଟିମ୍‌ ଚଢ଼ାଉ କରି ବଲାଙ୍ଗିର ଜିଲ୍ଲା ନୁଆପାଲିର ଅଶୋକ ସାହୁ ଓ ନୁରପାମଣି ଶାଣ୍ଢଙ୍କୁ ଗିରଫ କରିଛି ବନବିଭାଗ । ଜବତ କାଠ ଗଣ୍ଡିର ମୂଲ୍ୟ ୫ ଲକ୍ଷରୁ ଅଧିକେ ହୋଇଥିବା ସୂଚନା । ସୂଚନାଥାଉକି, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ୱରେ ବନବିଭାଗର ଗୋଟିଏ ସ୍ପେଶାଲ ଟିମ୍ ଶୁକ୍ରବାର ବିଳମ୍ବିତ ରାତିରେ କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ତେବେ ସେହି ସମୟରେ ଖୁଣ୍ଟିଗୋରା ଛକ ନିକଟରୁ ଏକ ଧାନ ବୋଝେଇ ଟ୍ରକ ଯାଉଥିବା ଦେଖି ତାକୁ ଅଟକାଇ ଥିଲେ । ଟ୍ରକ୍‌ଟିକୁ ଅଟକାଇ ଯାଞ୍ଚ କରିଥିବା ବେଳେ ଟ୍ରକ୍ ଉପରେ ଧାନ ବସ୍ତା ଥିବା ବେଳେ କିନ୍ତୁ ଭିତରେ କେନ୍ଦୁ କାଠ ଗଣ୍ଡି ଥିବା ଦେଖିବାକୁ ପାଇଥିଲେ । ତେବେ ଯାଞ୍ଚ କରିଥିବା ବେଳେ ଉକ୍ତ ଟ୍ରକ୍ ରୁ ୪୦ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିବା ସହିତ ବେଆଇନ ଭାବେ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ । ତେବେ ଜବତ ହୋଇଥିବା କେନ୍ଦୁ କାଠଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବା ନେଇ ସୂଚନା ମିଳିଛି । ତେବେ ଅଭିଯୁକ୍ତଙ୍କୁ ଗିରଫ କରି ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!