Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହେମଦସ୍ତାରେ ପିଟି ମାରିଥିଲା ସ୍ୱାମୀର ଜୀବନ ସ୍ତ୍ରୀ, ପୁଲିସର ଅଧୀକ ତଦନ୍ତ ଜାରି

by ସଞ୍ଜୟ ସ୍ୱାଇଁ
February 16, 2024
in Crime, Nayagarh, State
ହେମଦସ୍ତାରେ ପିଟି ମାରିଥିଲା ସ୍ୱାମୀର ଜୀବନ ସ୍ତ୍ରୀ, ପୁଲିସର ଅଧୀକ ତଦନ୍ତ ଜାରି
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତରେ ଘଟିଥିବା ହତ୍ୟାକାଣ୍ଡ ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି । ପରକୀୟା ପ୍ରେମକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ପରେ ଏଥି ସହିତ ପାରିବାରିକ କଳହ ଥିବା ତଦନ୍ତରୁ ଜଣା ପଡିଛି । ଓଡ଼ଗାଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ନିଜ ସ୍ୱାମୀକୁ ଏକ ହେମଦସ୍ତାରେ ତାଙ୍କ ସ୍ତ୍ରୀ ପିଟି ମାରିଥିବା ପ୍ରାଥମିକ ସୁଚନାରୁ ମିଳିଛି । ସୁନାନୁସାରେ ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ ପ୍ରକାଶ ନାୟକ ଓ ଜ୍ୟୋତ୍ସ୍ନାରାଣୀ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ସେମାନଙ୍କ ସମ୍ପର୍କ। ସାମାନ୍ୟ କଳହ ପାଇଁ ନିଜ କପାଳରୁ ସିନ୍ଦୂର ପୋଛି ଦେଇଥିଲା ଜ୍ୟୋତ୍ସ୍ନା। ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି କରିଥିଲା ହତ୍ୟା। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଗତକାଲି ଘଟିଥିବା ହତ୍ୟାକାଣ୍ଡର ପୁଲିସ ଗୁମର ଖୋଲିଛି। ଶରଣକୂଳ ଏସଡିପିଓ ସୁଧାକର ସାହୁଙ୍କ କହିବା ଅନୁଯାୟୀ, ମୃତ ପ୍ରକାଶ ନାୟକ ଘରେ ଶୋଇଥିଲେ। ଏହି ସମୟରେ ଜୋସ୍ନାରାଣୀ ଏକ ହେମଦସ୍ତା ଆଣି ସ୍ୱାମୀର ମୁଣ୍ଡକୁ ପିଟି ଦେଇଥିଲେ। ପରେ ହେମଦସ୍ତାରେ ପ୍ରକାଶଙ୍କ ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲେ। ପରେ କେହି ନ ଜାଣିବା ପାଇଁ ଘର ଭିତରେ ଗାତ ଖୋଳି ସେଥିରେ ସ୍ୱାମୀର ମୃତଦେହକୁ ପୋତି ଦେଇଥିଲେ ଜ୍ୟୋତ୍ସ୍ନା। ଏହାସହ ଘରେ ପଡ଼ିଥିବା ରକ୍ତକୁ କନାରେ ପୋଛି ସଫା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ରକ୍ତ ଭିଜା କପଡ଼ାକୁ ଘର ପଛ ପଟେ ପୋଡ଼ି ଦେଇଥଲେ। ଏହି ହତ୍ୟାକାଣ୍ଡରେ ଜ୍ୟୋତ୍ସ୍ନାଙ୍କୁ ତାଙ୍କ ମାଆ ଅର୍ଥାତ ପ୍ରକାଶଙ୍କ ଶାଶୁ ଡମଣୀ ପ୍ରଧାନ ସହାୟତା କରିଥିଲେ। ପୁଲିସ ଜୋସ୍ନାରାଣୀ ଓ ତାଙ୍କ ମା’ଙ୍କୁ ଅଟକ ରଖିଛି। ତେବେ ଏହି ହତ୍ୟାକାଣ୍ଡରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ତାର ଛାନଭିନ୍ ଚାଲିଛି। ଏହାସହ ହତ୍ୟାରେ ବ୍ୟବହୃତ ହେମଦସ୍ତାକୁ ପୁଲିସ ଜବତ କରିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ, ପ୍ରକାଶ ନାୟକ କୋମଣ୍ଡ ଗାଁରେ ନିଜ ଶ୍ୱଶୁର ଘରେ ରହୁଥିଲେ। ୨୦ ଦିନ ହେବ ସେ ନିଖୋଜ ଥିଲେ। ପ୍ରକାଶ ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ କୌଣସି ଅଭିଯୋଗ କରି ନଥିଲେ କି ଖୋଜାଖୋଜି କରି ନଥିଲେ। ଏନେଇ ପ୍ରକାଶଙ୍କ ବାପାଙ୍କର ସନ୍ଦେହ ହୋଇଥିଲା। ଗତକାଲି ପୁଅ ନିଖୋଜ ଥିବା ନେଇ ଓଡଗାଁ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ସାଙ୍ଗରେ ପୁଅର ଆଧାରକାର୍ଡ ଆଣିନଥିଲେ। ଆଧାରକାର୍ଡ ପାଇଁ ପ୍ରକାଶଙ୍କ ଶ୍ୱଶୁର ଘରକୁ ଯାଇଥିଲେ ତାଙ୍କ ବାପା। ଶ୍ୱଶୁର ଘରୁ ଆଧାରକାର୍ଡ ଆଣିଲା ବେଳେ ଘର ଭିତରେ ମାଟି ଖୋଳାହୋଇଥିବା ଦେଖିଥିଲେ। ହେଲେ କାହାକୁ କିଛି ନକହି ଆଧାରକାର୍ଡ ନେଇ ଥାନାକୁ ପଳାଇଆସିଥିଲେ। ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ପୁଅକୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଛି ବୋଲି ପୁଲିସ ଅଧିକାରୀଙ୍କ ନିକଟରେ କହିଥିଲେ। ପରେ ପୁଲିସ ପ୍ରକାଶଙ୍କ ଶ୍ୱଶୁରଙ୍କ ଘରକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲା। ଛାନଭିନ୍ ବେଳେ ପୁଲିସର ସନ୍ଦେହ ବଢ଼ିଥିଲା। ପରେ ଓଡଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଘରେ ଭିତରେ ମାଟି ଖୋଳି ଦେଖିଲା ବେଳକୁ ପ୍ରକାଶଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ଆଶଙ୍କାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରିବା ସହ ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କ ନେଇ ସିନ୍ ରିକ୍ରିଏଟ୍ କରିଥିବା ଜଣାପଡ଼ିଛି। ପାରିବାରିକ କଳହଙ୍କ ପାଇଁ ପ୍ରକାଶଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!