ଭୁବନେଶ୍ବର, (ବାଘୁଆବାର୍ତ୍ତା): ଏସ୍ଟିଏଫ୍ କବ୍ଜାରେ ଗଞ୍ଜେଇ ବେପାରି । ଜଣେ ଗଞ୍ଜେଇ ବେପାରି ଗିରଫ ହୋଇଛି । ଅଭିଯୁକ୍ତ କିଶୋର ଚନ୍ଦ୍ର ମଲ୍ଲିକକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୩୦୩ କେଜି ଗଞ୍ଜେଇ ଏସ୍ଟିଏଫ୍ ଜବତ କରିଛି । କନ୍ଧମାଳ ଜିଲ୍ଲା ଗଡିଆପଡା ଗାଁ ନିକଟରେ ଡିଲ୍ ବେଳେ ଏସ୍ଟିଏଫ୍ ମାଡିବସିଲା । କନ୍ଧମାଳ ପୋଲିସ ସହାୟତାରେ ଅଭିଯୁକ୍ତକୁ କାବୁ କରିବାରେ ଏସ୍ଟିଏଫ୍ ସକ୍ଷମ ହୋଇଛି । ଗତ ଏକ ବର୍ଷ ମଧ୍ୟରେ ଏସ୍ଟିଏଫ୍ ୭୪ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ, ୧୨୦ କ୍ବିଣ୍ଟାଲ ଗଞ୍ଜେଇ ଓ ୩ କେଜି ୬୩୦ ଗ୍ରାମ ଅଫିସ ଜବତ ହୋଇଛି । ୧୮୬ ଜଣ ନିଶା ବେପାରିଙ୍କୁ ଗିରଫ କରିବା ସହ ୮୦ କ୍ବିଣ୍ଟାଲ ଜବତ ଗଞ୍ଜେଇକୁ ମଧ୍ୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ନଷ୍ଟ କରିଛି ।





